ଏପ୍ରିଲ ୧୪ ପରେ ଲକ୍‌ଡାଉନ ସମୟସୀମା ବୃଦ୍ଧିର ଯୋଜନା ନାହିଁ: କେନ୍ଦ୍ର

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ​‌ରେ ୨୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ତେବେ ଲକ୍‌ଡାଉନ ସମୟସୀମା ଆଉ କିଛିଦିନ ବୃଦ୍ଧି ପାଇପାରେ ବୋଲି କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ମାତ୍ର କେନ୍ଦ୍ର ସରକାର ଏହାକୁ ଖଣ୍ଡନ କରିଛନ୍ତି। ଏପ୍ରିଲ ୧୪ ପରେ ଲକଡାଉନ ସମୟସୀମା ବୃଦ୍ଧି କରାଯିବା ନେଇ ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି କ୍ୟାବିନେଟ ସଚିବ ରାଜୀବ ଗୌୱା କହିଛନ୍ତି। ଏହା ସହିତ ଗଣମାଧ୍ୟମରେ ପ୍ରକାଶିତ ଏପରି ରିପୋର୍ଟ ଉପରେ ସେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ଟ୍ବିଟ୍‌ କରି କହିଛି, କ୍ୟାବିନେଟ ସଚିବ ରାଜୀବ ଗୌୱା ଲକ୍‌ଡାଉନ ସମୟସୀମା ବୃଦ୍ଧି ହୋଇପାରେ ବୋଲି ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି। ଏଭଳି ଖବର ସତ୍ୟ ଆଧାରିତ ନୁହେଁ।

Comments are closed.