ନୋ ମାସ୍କ-ନୋ ଗୋପାଳପୁର ସଚେତନତା

ଗୋପାଳପୁର : ପୁଣି କରୋନା ସଂକ୍ରମଣ ଆରମ୍ଭ ହୋଇଥିବାରୁ ତାହାକୁ ନଜରରେ ରଖି  ଗୁରୁବାର ଅପରାହ୍ନରେ ଗୋପାଳପୁର ସ୍ଥିତ ଷଣ୍ଢ ଛକ ଠାରେ ଗୋପାଳପୁର ଥାନା ଏବଂ ଏମ୍ ଭି ଆଇ ପକ୍ଷରୁ ମିଳିତ ଗାବେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁଲିସ ପକ୍ଷରୁ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ମାସ୍କ ପିନ୍ଧି ନ ଥିବା ଅମାନିଆଙ୍କୁ ସଚେତନ କରିବା ସହ ବେଳା ଭୂମିକୁ ବାରଣ କରାଯାଇଛି। ନୋ ମାସ୍କ-ନୋ ଗୋପାଳପୁର ସଚେତନତା କରାଯାଇଛି। ଏଥିରେ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ, ଏସ ଆଇ ଜୟ ଚନ୍ଦ୍ର ମଲ୍ଲିକ, ହାବିଲଦାର ଅଜୟ କୁମାର ଶତପଥୀ, ଆନିସ ଖାନ୍ ସମେତ ପୁଲିସ୍ କର୍ମଚାରୀ ଉପସ୍ଥିତ ଥିଲେ। ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ କହିଛନ୍ତି।  ସେହିପରି ଛତ୍ରପୁର ଏମ୍ ଭି ଆଇ ଅକ୍ଷୟ କୁମାର ଜେନା, କନେଷ୍ଟବଳ ଶିବ ପ୍ରସାଦ ଉପସ୍ଥିତ ରହି ହେଲମେଟ, ଅମାନିଆ ଗାଡ଼ି ଚାଳକଙ୍କୁ ନଥିପତ୍ର ଯାଞ୍ଚ କରିବା ସହ ୩ଟିର  ଡିଏଲ ରଦ୍ଦ କରିବା ସହ ୩୬ ହଜାର ଟଙ୍କାର ଜରିମାନା କରାଯାଇଥିବା ଏମ୍ଭିଆଇ କହିଛନ୍ତି।

Comments are closed.