“ନୋ ମାସ୍କ ନୋ ଏଣ୍ଟ୍ରୀ” ଯାଞ୍ଚ କଡାକଡି ; ମୋଟ ୫୯୦୦/ ଟଙ୍କା ତଣ୍ଡ ଆଦାୟ

ଜି ଉଦୟଗିରି : ମାଡି ଆସୁଛି କରୋନା ମହାମାରୀର ଦ୍ୱିତୀୟ ଲହର। ଏହି ଦ୍ବିତୀୟ ଲହର ଅଧିକ ଶକ୍ତିଶାଳୀ ଏବଂ ଶୀଘ୍ର ସଂକ୍ରମଣ ହେଉଥିବା ଭୟରେ ପୂର୍ବରୁ ପ୍ରଶାସନ ତରଫରୁ ବାରମ୍ବାର ପ୍ରଚାର କରି ଲୋକଙ୍କୁ ସଚେତନ କରାଇବା ସହ ସରକାରଙ୍କ କୋଭିଡ ନିୟମ ମାନି ରହିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ କେତେକ ଅମାନିଆ କରୋନା କଟକଣାକୁ ବେଖାତିର କରୁଥିବା ନେଇ ସ୍ଥାନୀୟ ପ୍ରଶାସନ ହୃଦବୋଧ କରି ଆଜି ତହସିଲଦାର ଅବିନାଶ ମାହାର ସହରର ଦୋକାନ ବଜାର, ଯଯାନବାହାନ ଗୁଡିକରେ ମାସ୍କ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ମାସ୍କ ପିନ୍ଧି ନଥିବା ଅମାନିଆଙ୍କ ଠାରୁ ୨୫୦୦/ ଟଙ୍କା ତଣ୍ଡ ଆଦାୟ କରିଥିବା ନେଇ ତହସିଲଦାର ଶ୍ରୀ ମାହାର ସୂଚନା ଦେଇଛନ୍ତି। ଠିକ୍ ସେହିପରି ସ୍ଥାନୀୟ ପୁଲିସ ପକ୍ଷରୁ ଏସ.ଆଇ ବିଭୂତି ଭୂଷଣ ମୂଦୁଲି,ଏ.ଏସ.ଆଇ ସୁବାଷ ଚନ୍ଦ୍ର ପ୍ରଧାନ ନିଜ ଟିମ ନେଇ ବଜାରରେ ହେଲମେଟ ଓ ମାସ୍କ ଯାଞ୍ଚ କରି ଅମାନିଆ ମାନଙ୍କ ଠାରୁ ୩୪୦୦/ ଟଙ୍କା ତଣ୍ଡ ଆଦାୟ କରିଥିବା ନେଇ ଥାନା ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି। ଏହିପରି ଭାବେ ଆଜି ମିଳିତ ଭାବେ ମୋଟ ୫୯୦୦/ ଟଙ୍କା ତଣ୍ଡ ଆଦାୟ ହୋଇଥିବା ଜଣାପଡିଛି। ବ୍ୟବସାୟୀ ମାନେ ସତର୍କ ହୋଇ ବ୍ୟବସାୟ କରିବା ସହ ନିଜନିଜ ବ୍ୟବସାୟ ସ୍ଥଳରେ “ମାସ୍କ ନାହିଁ ତ ଜିନିଷ ନାହିଁ” ଫଳକ ଲଗାଇବାକୁ ତହସିଲଦାର ଶ୍ରୀ ମାହାର ବ୍ୟବସାୟୀ ମାନଙ୍କୁ ପରାମର୍ଶ ଦେଇଥିଲେ।

Comments
Loading...