ସିଏଏ ସଂପର୍କରେ ବିଦ୍ୟାର୍ଥୀ ଦେଉଥିବା ମତାମତ ଯାଞ୍ଚ କରାଯାଉ ନାହିଁ : ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି କେତେକ ସ୍ଥାନରେ ଚାଲିଥିବା ବିକ୍ଷୋଭ ସଂପର୍କରେ ସାମାଜିକ ଗଣମାଧ୍ୟମରେ ଛାତ୍ରଛାତ୍ରୀମାନେ ଦେଉଥିବା ମତାମତ ଉପରେ ଦୃଷ୍ଟି ରଖିବା ଲାଗି କେନ୍ଦ୍ର ସରକାର କୌଣସି ଆଇଆଇଟି, ଆଇଆଇଏମ୍‍ ଓ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇନାହାନ୍ତି ବୋଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏ ସଂପର୍କରେ ଟ୍ୱିଟ୍‍ କରି ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଦେଶରେ ଥିବା ବିଭିନ୍ନ ଆଇଆଇଟି, ଆଇଆଇଏମ୍‍ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସରକାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତେବେ ସାମାଜିକ ଗଣମାଧ୍ୟମରେ ଏ ସଂପର୍କିତ ମତାମତର ତଥ୍ୟକୁ କୌଣସି ଯାଞ୍ଚ କରାଯାଇ ନାହିଁ ଏବଂ ଏହି ତଥ୍ୟଗୁଡ଼ିକ ସଠିକ୍‍ ନୁହେଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Comments are closed.