ଟିଟିଲାଗଡ : ପ୍ରବାସୀଙ୍କୁ ମିଳୁନି ଆଶ୍ରୟ

ଟିଟିଲାଗଡ଼ : କରୋନା ମହାମାରୀର ପ୍ରଥମ ଲହର ପ୍ରଶମିତ ହେବା ପରେ ଅନେକ ଲୋକ ବାହାର ରାଜ୍ୟକୁ ପୁଣି ଥରେ କାମଧନ୍ଦା ଅନ୍ୱେଷଣ ପାଇଁ ଯାଇଥିଲେ। ଏବେ ପୁଣି ଦ୍ୱିତୀୟ ଲହର ପଡୋଶୀ ରାଜ୍ୟକୁ କବଳିତ କଲାଣି। ଏପରିପ୍ରେକ୍ଷୀରେ ଭୟରେ ପ୍ରତ୍ୟେହ ବାହାର ରାଜ୍ୟରୁ ଶ୍ରମିକମାନେ ଘରମୁହାଁ। ଏନେଇ ଟିଟିଲାଗଡ ରେଳ ଜଙ୍କସନରେ ବିଭିନ୍ନ ରାଜ୍ୟରୁ ଟ୍ରେନ ଯୋଗେ ଆସି ଶ୍ରମିକ ଓହ୍ଲାଉଥିବା ଦେଖାଯାଇଛି। ଶ୍ରମିକ ନିଜ ବ୍ୟବସ୍ଥାରେ ନିଜ ଘରକୁ ଫେରୁଛନ୍ତି। ରାତ୍ରି ଟ୍ରେନରେ ଫେରୁଥିବା ଶ୍ରମିକ ଟିଟିଲାଗଡରେ ରହିବା ପାଇଁ ଆଶ୍ରୟ ପାଉ ନଥିବା ଦେଖାଯାଇଛି। ବିଭିନ୍ନ ହୋଟେଲ ମାଲିକ ପ୍ରବାସୀଙ୍କୁ ଭୟରେ ରୁମ୍ ଦେଉନାହାନ୍ତି। ଶୁକ୍ରବାର ରାତିରେ ଜଣେ ଶ୍ରମିକ ତାମିଲନାଡୁର କୋଏମ୍ବାଟୁର ଫେରିଥିବା ବେଳେ ବିଭିନ୍ନ ହୋଟେଲ ବୁଲିଥିବା ବେଳେ କେହି ତାଙ୍କୁ ରୁମ୍ ଦେଇ ନଥିବା ଜଣାଯାଇଛି। ରାତିରେ ରହି ସକାଲୁ ନିଜ ଘର ଖରିଆର ଅଞ୍ଚଳକୁ ଯିବେ ବୋଲି ଶ୍ରମିକ ଜଣକ କହିଥିଲେ। ପ୍ରତ୍ୟେହ ପ୍ରବାସୀ ଶ୍ରମିକ ଫେରୁଥିବା ବେଳେ କରୋନାରେ କେହି ଆକ୍ରାନ୍ତ ଥିଲେ ଜାଣି ଜାଣି ରୋଗକୁ ନିମନ୍ତ୍ରଣ ହେବ ବୋଲି ରୁମ୍ ଦେଉ ନଥିବା ଜଣେ ହୋଟେଲ ମାଲିକ କହିଛନ୍ତି। ବିଶେଷ କରି ଶିଶୁ, ମହିଳା ଓ ଦାଦନ ଶ୍ରମିକଙ୍କୁ ନେଇ ପ୍ରଶାସନ ସହାୟତାର ହାତ ବଢ଼ିାଇବାକୁ ବୁଦ୍ଧିଜୀବୀ ମହଳରେ ଦାବି ହୋଇଛି।

Comments are closed.