କରୋନା କଟକଣା : କଟକରେ ଏଥର ହେବନି ଗଣେଶ ପୂଜା

କଟକ : କରୋନା ପାଇଁ କଟକରେ ପୂଜା କଟକଣା । ମହାମାରୀ କରୋନା କାରଣରୁ ଚଳିତ ବର୍ଷ କଟକ ସହରରେ ଗଣେଶ ପୂଜା ହେବ ନାହିଁ।

ମହାମାରୀ କରୋନା ଯେପରି ରାଜ୍ୟରେ ତାର କାୟା ବିସ୍ତାର କରିଛାଲିଛି ତାହା ଆଖି ଆଗରେ ରଖି ଏହି ନିଷ୍ପତ୍ତି ନେଇଛି କଟକ ସହର ପୂଜା କମିଟି। ଆଜି କଟକ ସହରର ଶାନ୍ତି ଓ ପୂଜା କମିଟି ସହ କମିଶନରେଟ୍ ପୁଲିସର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କଟକ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ ଚଳିତ ବର୍ଷ କଟକ ସହରରେ ଗଣେଷ ପୂଜା ହେବ ନାହିଁ ବୋଲି ସୂଚନା ଦେଇଛନ୍ତି। ଏଥି ସହିତ କଟକ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି ଯେ ଯଦି ଏଭଳି ସ୍ଥିତି ଲାଗିରହେ ତେବେ ଦଶହରା ଆଶା ବି କ୍ଷୀଣ। ଯାହା ଲାଗୁଛି ଏଥର ଦଶହରାରେ କେବଳ ମୂର୍ତ୍ତି ପୂଜା ହେବ। ଦଶହରା ପାଇଁ କୌଣସି ପ୍ରସ୍ତୁତି ନ କରିବାକୁ ପୂଜା କମିଟି ମାନଙ୍କୁ ମଧ୍ୟ କୁହାଯାଇଛି ଏବଂ ସହରରେ ସବୁ ପ୍ରକାର ଆୟୋଜନ ଓ ଉତ୍ସବ ବନ୍ଦ ରହିବ ବୋଲି କଟକ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି।

 

Comments are closed.