ଅନଲାଇନ୍ ଟଙ୍କା ନେଣଦେଣରେ ଲାଗିବନି ଅତିରିକ୍ତ ଚାର୍ଜ ! ଦେଖନ୍ତୁ ଭିଡିଓ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟକୁ ନେଇ ସାଧାରଣରେ ଚର୍ଚ୍ଚା ଦିନକୁ ଦିନ ବୃଦ୍ଧି ପାଉଛି। ଅନଲାଇନ୍ ଟଙ୍କା ନେଣଦେଣକୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି ଯୁବପିଢ଼ି । କ’ଣ ଗୁଗଲ ପେ’ ଓ ଫୋନ୍ ପେ’ କଲେ ଲାଗିବ ଚାର୍ଜ ? କେତେ ଥର ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡ଼ିବ ଟଙ୍କା ? ଅଧିକ ପେମେଣ୍ଟ କଲେ ଟଙ୍କା ଦେବାକୁ ପଡ଼ିବ କି ? ଏହିସବୁ ପ୍ରଶ୍ନକୁ ନେଇ ଅନଲାଇନ୍ ଟ୍ରାଞ୍ଜାକ୍ସନ ବଢ଼ାଉଛି ସମସ୍ତଙ୍କ ଟେନସନ। କାରଣ ପ୍ରାୟ ସମସ୍ତେ ଏହାକୁ ନେଇ ଦ୍ବନ୍ଦ୍ବରେ ରହୁଛନ୍ତି। ମନ ଭିତରେ ଚାଲିଥିବା ଏସବୁ ଦ୍ୱନ୍ଦ୍ୱକୁ ଦୂର କରିବାକୁ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ରଖିଛନ୍ତି।

ରବିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ କରାଯାଇ ସ୍ପଷ୍ଟୀକରଣ ରଖାଯାଇଛି। ମନ୍ତ୍ରଣାଳୟ କହିଛି, ଅନ୍ୟ ଉପାୟରେ ଏହି ଟଙ୍କା ଅସୁଲି କରିବାକୁ ପଡ଼ିବ। ୟୁପିଆଇ ଏକ ଡିଜିଟାଲ ପବ୍ଲିକ୍ ଗୁଡ୍‌। ତାହା ସହ ୟୁପିଆଇ ସେବା ପାଇଁ କୌଣସି ଶୁଳ୍କ ଆଦାୟ କରାଯିବା ନେଇ ବିଚାର କରାଯାଇନାହଁ ବୋଲି କହିଛି ମନ୍ତ୍ରଣାଳୟ।

ସୂଚନା ଥାଉକି, ଗତ କିଛି ଦିନ ହେବ ଡିଜିଟାଲ ପେମେଣ୍ଟ ଉପରେ ଚାର୍ଜ ଲାଗିବ ବୋଲି ଚର୍ଚ୍ଚା ହେଉଥିଲା। ଅଧିକ ଟଙ୍କା ନେଣଦେଣ କଲେ ଅତିରିକ୍ତ ଚାର୍ଜ ଲାଗିବ ବୋଲି କୁହାଯାଉଥିଲା ।

Comments are closed.