ଗଞ୍ଜାମରେ କୋବିଦ ଡ଼ାକ୍ତରଖାନା ଓ ସଙ୍ଗରୋଧ କେନ୍ଦ୍ର ନିକଟକୁ ଆସିବା ମନା

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କୋବିଦ-୧୯ ଅସ୍ଥାୟୀ ଚିକିତ୍ସା ଶିବିର ଓ ସଙ୍ଗରୋଧ କେନ୍ଦ୍ର ନିକଟରେ ଜାରି ହୋଇଛି ୧୪୪ ଧାରା । ଶିବିର ଓ ସଙ୍ଗରୋଧ କେନ୍ଦ୍ରର ୧୦୦ ମିଟର ମଧ୍ୟରେ ପ୍ରବେଶ କଟକଣା ଲାଗିିଛି । ଜିଲାପାଳ ଏ ସଂକ୍ରାନ୍ତରେ ନିର୍ଦେଶନାମା ଜାରି କରିଛନ୍ତି । ଯେଉଁମାନେ ଏହାର ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୧୮୮ ଧାରାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶନାମାରେ କୁହାଯାଇଛି । ପରବର୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ଏହି ନିର୍ଦେଶ ବଳବତ୍ତର ରହିବ ।

ସୂଚନାଯୋଗ୍ୟ ଯେ ଗଞ୍ଜାମ ଜିଲାକୁ ବିଭିନ୍ନ ରାଜ୍ୟକୁ ବହୁ ପ୍ରବାସୀ ଫେରୁଛନ୍ତି । ସେମାନଙ୍କୁ ଭେଟିବାକୁ ସେମାନଙ୍କର ପରିବାର ଓ ସମ୍ପର୍କୀୟମାନେ ଆସୁଥିବା ସୂଚନା ମିଳିଛି । ଜିଲାରେ କରୋନା ସଂକ୍ରମଣ ଏବେ ତୀବ୍ର ହେବାରେ ଲାଗିଛି ଏବଂ ବର୍ତମାନ ସୁଦ୍ଧା ୭୦ ଜଣ ସଂକ୍ରମଣର ଶିକାର ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି ।

Comments are closed.