ପାରିଖିତି ସରପଞ୍ଚ ଉପନିର୍ବାଚନରେ ସୂର୍ଯ୍ୟ ରାଓ ବିଜୟୀ

ରାମନାଗୁଡା: ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ ପାରିଖିତି ପଞ୍ଚାୟତ ନିର୍ବାଚନରେ ୧୫ଶହ ୬ଖଣ୍ଡ ଭୋଟ ପାଇ ସୂର୍ଯ୍ୟରାଓ କୁମ୍ଭ୍ରିକା ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ନରସିଂହ ମାଣ୍ଡଙ୍ଗି ୧୨ଶହ ୯୬ଭୋଟ ପାଇଥିବାବେଳେ ଅନ୍ୟ ନିକଟତମ ପ୍ରତିଦ୍ବନ୍ଦୀ ଗାୟତ୍ରୀ ମାଣ୍ଡାଙ୍ଗି୪୩୨ଖଣ୍ଡ ଭୋଟ ପାଇଛନ୍ତି। ତେବେ ଏହି ଉପନିର୍ବାଚନରେ ୧୧୬ଖଣ୍ଡ ଭୋଟ ନାକଚ ହୋଇଥିବା ଜଣାପଡିଛି।

ଆଜି ପାରିଖିତି ପଞ୍ଚାୟତ ସରପଞ୍ଚ ଭାବରେ ସୂର୍ଯ୍ୟରାଓ କୁମ୍ଭ୍ରିକା ନିର୍ବାଚିତ ହେବା ପରେ ବିଜୟ ଉତ୍ସବ ପାଳନ କରାଯାଇଥିଲା। ଏହି ବିଜୟ ଉତ୍ସବଟି ବ୍ଲକ ପରିସରରୁ ବାହାରି ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା।ପରେ ବିଭିନ୍ନ ଗ୍ରାମ ଗ୍ରସ୍ତ କରି ବିଜୟ ଉତ୍ସବ ପାଳନ କରାଯାଇଥିଲା।

ଏହି ଉତ୍ସବରେ ବରିଷ୍ଠ ବିଜେଡି ନେତା ଗଗନ ଆଚାର୍ଯ୍ୟ, ସମିତି ସଭ୍ୟ କମଳଲୋଚନ ମୁଟିକା, ବିଜେଡି ବ୍ଲକ ସଭାପତି ବିଜୟ ମାଣ୍ଡାଙ୍ଗି, ଯୁବ ବିଜେଡି ସଭାପତି ସଞ୍ଜୟ ପ୍ରଧାନ, ଅମିତ ମହାରଣା, ପୂର୍ବତନ ଜିଲା ପରିଷଦ ସଭ୍ୟ ଦାମୋଦର କୈବର୍ତ୍ତ, ସମିତି ସଭ୍ୟ ଲକ୍ଷ୍ମୀ କାଡ୍ରାକା, ମକରଧ୍ବଜ ଧୋବା, ରଞ୍ଜନ ନାୟକ ବେହେରା ପ୍ରମୁଖ ସାମିଲ ହୋଇଥିଲେ।

Comments are closed.