ଦୀପାବଳିରେ କାଳିଆ ଦର୍ଶନ ବନ୍ଦ

ପୁରୀ : ଦୀପାବଳି ଅମାବାସ୍ୟା ତିଥିରେ ଭକ୍ତଙ୍କୁ ମିଳିବନି ଶ୍ରୀଜଗନ୍ନାଥ ଦର୍ଶନ। ଶ୍ରୀମନ୍ଦିରରେ କେତେକ ସ୍ବତନ୍ତ୍ର ନୀତି ଥିବାରୁ ଭିତରେ ପ୍ରବେଶ ପାଇଁ ଅଣ ସେବାୟତଙ୍କୁ ଅନୁମତି ଦିଆଯିବ ନାହିଁ। ଏ ସମ୍ପର୍କରେ ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ।
ସେହିପରି ସେଦିନ ସିଂହଦ୍ବାର ସମ୍ମୁଖରେ ପୟାଶ୍ରାଦ୍ଧ ଏବଂ ବଡ଼ବଡିଆ ଡାକିବା ବନ୍ଦ କରାଯାଇଛି। ଏହାକୁ ରୋକିବା ପାଇଁ ଖୁବ୍‌ଶୀଘ୍ର ୧୪୪ ଧାରା ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି ଉପଜିଲାପାଳ ଭବତାରଣ ସାହୁ। କରୋନା କଟକଣାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା ସେ ଗଣମାଧ୍ୟମକୁ କହିଛନ୍ତି। ପ୍ରତ୍ୟେକ ବର୍ଷ ହଜାର ହଜାର ଶ୍ରଦ୍ଧାଳୁ ସିଂହଦ୍ବାର ସମ୍ମୁଖରେ ପୟାଶ୍ରାଦ୍ଧ ଏବଂ ଦୀପଦାନ ସହ କାଉଁରିଆ କାଠି ମାଧ୍ୟମରେ ବଡ଼ବଡିଆ ଡାକି ଥାଆନ୍ତି। ଏଥିପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସକାଳୁ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥାଏ। କରୋନା ସଂକ୍ରମଣ ଅବ୍ୟାହତ ରହିଥିବାରୁ ଚଳିତବର୍ଷ ସେଥିରେ କଟକଣା ଜାରି କରିବାକୁ ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଛି।

Comments are closed.