ଗଞ୍ଜାମ : ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ନିକଟତର, କିନ୍ତୁ ଗୋଷ୍ଠୀ ସଂକ୍ରମଣ ହୋଇନି-ଜିଲ୍ଲାପାଳ

ସମାଜ ପେର୍ଟୋଲ ଡେସ୍କ : ଗଞ୍ଜାମ ଜିଲ୍ଲାରୁ ଶନିବାର ଦିନ ସର୍ବାଧିକ ୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଛଅ ଶହ ନିକଟତର ହୋଇଛି। ତେବେ ଜିଲ୍ଲାରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ବିଟ କରି କହିଛନ୍ତି।
ଅଧିକ ପ୍ରବାସୀ ପଜିଟିଭ୍ ଚିହ୍ନଟ ହେଉଛନ୍ତି।  ଜିଲ୍ଲାରେ ବହୁସଂଖ୍ୟକ ପ୍ରବାସୀ ହୋମ କ୍ବରେଣ୍ଟାଇନରେ ରହୁଛନ୍ତି। ତେଣୁ କାହାଠାରେ ମଧ୍ୟ ଲକ୍ଷଣ ଥିଲେ, ନ ଲୁଚାଇ ତୁରନ୍ତ ପରୀକ୍ଷା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯୭ରେ ପହଞ୍ଚିଛି। ସେଧିମଧ୍ୟରୁ ୩୮୯ ଆରୋଗ୍ୟ ଲାଭ କରିଥିବା ବେଳେ ୨୦୫ଟି ସକ୍ରିୟ ମାମମଲା ରହିଛି। ୩ ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.