ୟୁପି ହିଂସାରେ କାଶ୍ମୀର ପଥରଫିଙ୍ଗାଳି ସମ୍ପୃକ୍ତ : କେନ୍ଦ୍ରମନ୍ତ୍ରୀ

ପାଟନା : ନାଗରିକତ୍ବ ଆଇନକୁ ବିରୋଧ କରି ଯେଉଁ ହିଂସାକାଣ୍ଡ ଘଟିଲା ସେଥିରେ କାଶ୍ମୀର ପଥରଫିଙ୍ଗାଳିଙ୍କ ସମ୍ପୃକ୍ତି ରହିଛି। ଦେଶର ବିଭିନ୍ନ ସ୍ଥାନରେ; ବିଶେଷକରି ଉତ୍ତରପ୍ରଦେଶରେ ବିକ୍ଷୋଭବେଳେ ପୁଲିସ ଉପରକୁ ଢ଼େଲାପଥର ଫିଙ୍ଗିବା ଓ ପୁଲିସକୁ ଆକ୍ରମଣ ଘଟଣାରେ ସେମାନେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଅଛନ୍ତି। ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ। ସମସ୍ତିପୁରଠାରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବାବେଳେ ନିତ୍ୟାନନ୍ଦ କହିଛନ୍ତି ଯେ ଉତ୍ତରପ୍ରଦେଶକୁ କାଶ୍ମୀର ପଥର ଫିଙ୍ଗାଳିଙ୍କୁ ଡକା ଯାଇଥିଲା। ଏସବୁ ପଛରେ କେବଳ ଭୋଟ୍‌ବ୍ୟାଙ୍କ ରାଜନୀତି ରହିଛି। କଂଗ୍ରେସ ଏହାକୁ ଉସୁକାଉଛି ବୋଲି ସେ କହିଛନ୍ତି।

Comments are closed.