ଚମ୍ବାରେ ୪୪୦ ମିଟର ଲମ୍ବ ଟନେଲ ଉଦଘାଟନ କଲେ ନିତିନ ଗଡକରୀ

ସମାଜ ପୋର୍ଟାଲ ଡେସ୍କ: ଚାରଧାମ ସଂଯୋଗୀକରଣ ପ୍ରକଳ୍ପ ଅଧୀନରେ ବ୍ୟସ୍ତ ବହୁଳ ଚମ୍ବା ସହରରେ ନିର୍ମିତ ୪୪୦ ମିଟର ଲମ୍ବ ଟନେଲକୁ ଆଜି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଟନେଲକୁ ଉଦଘାଟନ କରି ଗଡ଼କରୀ କହିଛନ୍ତି, ଏହି ଟନେଲ୍ ଯୋଗୁ ଚାରଧାମ ରାଜପଥର ଋଷିକେଶ-ଧରାସୁ ଏବଂ ଗଙ୍ଗୋତ୍ରି ଯାତ୍ରା ପାଇଁ ସମୟ ହ୍ରାସ ପାଇବ। ସେ କହିଛନ୍ତି ଯେ ଏହା ଦ୍ୱାରା ଚମ୍ବା ସହରରେ ଭିଡ ହ୍ରାସ ପାଇବା ସହ ସେହି ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ବିକାଶର ରାସ୍ତା ଖୋଲିବ।

ସେ ସୂଚନା ଦେଇଛନ୍ତି ଯେ ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟର ୩ ମାସ ପୂର୍ବରୁ ଅର୍ଥାତ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି। ପ୍ରାୟ ୧୨ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ଅଧୀନରେ ପ୍ରାୟ ୮୮୯ କିଲୋମିଟର ରାଜପଥ ନିର୍ମାଣ କରାଯିବ। ଗଙ୍ଗୋତ୍ରି ଏବଂ ବଦ୍ରିନାଥକୁ ଯାଉଥିବା ୨୫୦ କିଲୋମିଟର ଷ୍ଟ୍ରେଚ୍ ନିର୍ମାଣ ପାଇଁ ସୀମା ସଡକ ସଂଗଠନକୁ ଦାୟିତ୍ୱ ଦିଆଯାଇଛି।

Comments are closed.