କରୋନାରେ ଆୟୁଷର ଉପଯୋଗ ; ନୀତି ଆୟୋଗ ପକ୍ଷରୁ ଓଡ଼ିଶାକୁ ଉଚ୍ଚ ପ୍ରଶଂସା

ଭୁବନେଶ୍ବର :  କରୋନା ଚିକିତ୍ସା ପାଇଁ ଭାରତରେ ଆୟୁଷର ଉପଯୋଗକୁ ନେଇ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ ପୁସ୍ତକରେ ଓଡ଼ିଶାକୁ ଉଚ୍ଚ ପ୍ରଶଂସା କରାଯାଇଛି। କରୋନା ସମୟରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ଆୟୁଷ ଔଷଧ ବଣ୍ଟନ କରାଯାଇଥିଲା। ଓଡ଼ିଶା ସରକାର ଆୟୁଷ ଚିକିତ୍ସା ସଂକ୍ରାନ୍ତ ଭାରତ ସରକାରଙ୍କ ମାର୍ଗଦର୍ଶିକା, ଆଦେଶ ଓ ପରାମର୍ଶକୁ ପାଳନ କରିବା ସହିତ କରୋନାରୁ ଆରୋଗ୍ୟଲାଭ କରିଥିବା ଲୋକଙ୍କ ପାଇଁ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏଥିପାଇଁ ୧୦୦ ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା।

ପୁରୀର ଗୋପବନ୍ଧୁ ଆର୍ୟୁବେଦ ମହାବିଦ୍ୟାଳୟ, ବଲାଙ୍ଗିର ସରକାରୀ ଆୟୁର୍ବେଦ କଲେଜ, ବ୍ରହ୍ମପୁର ଆର୍ୟୁବେଦ ହୋମିଓପାଥି କଲେଜ୍‍, ରାଉରକେଲା ଓ ସମ୍ବଲପୁରସ୍ଥିତ ହୋମିଓପାଥି ମେଡିକାଲ କଲେଜକୁ କରୋନାବେଳେ ବ୍ୟବହାର କରାଯାଇଥିଲା। ଭୁବନେଶ୍ୱର ସ୍ଥିତ ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜ ନିକଟସ୍ଥ ମିନି ଫାର୍ମାସି ଦ୍ୱାରା ଇମ୍ୟୁନିଟି ବୁଷ୍ଟର ଉତ୍ପାଦନ କରାଯାଇ ବଣ୍ଟନ କରାଯାଇଥିଲା।

 

Comments are closed.