ଭାରତରେ ଜନସ୍ୱାସ୍ଥ୍ୟ ନୀରିକ୍ଷଣ ଉପରେ ନିତି ଆୟୋଗ ‘ଭିଜନ-୨୦୩୫’

ନୂଆଦିଲ୍ଲୀ : ନିତି ଆୟୋଗ ଭିଜନ ୨୦୩୫ – ଭାରତରେ ଜନସ୍ୱାସ୍ଥ୍ୟ ନୀରିକ୍ଷଣ ଉପରେ ଏକ ଶ୍ୱେତପତ୍ର ଜାରି କରିଛି। ଏହି ଶ୍ୱେତପତ୍ରରେ ଜନସ୍ୱାସ୍ଥ୍ୟ  ପର୍ଯ୍ୟବେକ୍ଷଣ ପାଇଁ ଭାରତର ଭିଜନ ସ୍ଥାନ ପାଇଛି। ଏହି ଭିଜନରେ ଭାରତର ତ୍ରିସ୍ତରୀୟ ସର୍ବସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆୟୁଷ୍ମାନ୍‍ ଭାରତ ଯୋଜନାରେ ରୂପାନ୍ତରିତ କରାଯାଇଛି। ଏଥିରେ ଗବେଷଣାଗାର ଗୁଡ଼ିକର କ୍ଷମତା ବୃଦ୍ଧି ଓ ଅଧିକ ନେଟୱାର୍କ ସ୍ଥାପନର ଆବଶ୍ୟକତା ବିଷୟ ଉଲ୍ଲେଖ ରହିଛି। କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସହଯୋଗ ମୂଳକ ସଙ୍ଗୀୟ ବ୍ୟବସ୍ଥା ଏହି ଭିଜନରେ ସ୍ଥାନ ପାଇଛି।
ନିତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର, ସଦସ୍ୟ ଡକ୍ଟର ବିନୋଦ କେ. ପଲ୍‍ ଓ ସିଇଓ ଅମିତାଭ୍‍ କାନ୍ତ ଏହି ଶ୍ୱେତପତ୍ର ଜାରି କରିଛନ୍ତି।

Comments are closed.