ଡିସେମ୍ବର ୨​‌ରେ ଭାରତୀୟ ବଜାରକୁ ଆସିବ ନିସାନ ମ୍ୟାଗ୍ନାଇଟ୍

ନୂଆଦିଲ୍ଲୀ : ଡିସେମ୍ବର ୨​‌ରେ ଭାରତୀୟ ବଜାରରେ ପ୍ରବେଶ କରିବ ନିସାନ ମ୍ୟାଗ୍ନାଇଟ୍‌ କାର । ଏନେଇ ନିସାନ ଇଣ୍ଡିଆ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ପୂର୍ବରୁ ଏହାକୁ ନଭେମ୍ବର ୨୬ରେ ଲଞ୍ଚ କରିବା ନେଇ କୁହାଯାଉଥିବାବେଳେ ଏବେ ତାରିଖରେ ପରିବର୍ତ୍ତନ କରାଯାଇଛି ।ତେବେ ଡିସେମ୍ବର ୨, ୨୦୨୦ରୁ ନିସାନ୍ ଏହାର ମ୍ୟାଗ୍ନାଇଟ୍ ର ଅଫିସିଆଲ୍ ବୁକିଂ ଆରମ୍ଭ କରିବ ।ଅବଶ୍ୟ, ମୁମ୍ବଇ ଏବଂ ଦିଲ୍ଲୀ ଭଳି ସହରରେ ଏହା ଡିଲରସିପ୍ ସ୍ତରରେ ପ୍ରି-ବୁକ୍ କରାଯାଉଛି, ଯେଉଁଠାରେ ଗ୍ରାହକମାନେ ୨୫ହଜାର ଟଙ୍କା ଦେଇ ପ୍ରି-ବୁକ୍ କରିପାରିବେ ।

ଏହି କାରରେ ଲିଟର ପିଛା ୨୦କିଲୋମିଟର ମାଇଲେଜ୍ ପାଇପାରିବେ ।ଏଥି ସହିତ, ଗ୍ରାହକମାନେ ଏହାର CVT ମଡେଲରେ ୧୭.୭କିଲୋମିଟର ମାଇଲେଜ୍ ପାଇପାରିବେ ।
ଭାରତୀୟ ବଜାରରେ କମ୍ପାନୀ ଏହି ନୂତନ ନିସାନ ମ୍ୟାଗ୍ନାଇଟକୁ ଚାରି ପ୍ରକାର ମଡେଲରେ ଲଞ୍ଚ କରିବ। ଏଥିରେ XE, XL, XV Upper ଏବଂ XV ପ୍ରିମିୟମ୍ ଅନ୍ତର୍ଭୂକ୍ତ ରହିବ ।ଏହାର ଇଞ୍ଜିନ୍ ୫-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ସହିତ ରହିଛି । ଏହା ବ୍ୟତୀତ ଏଥିରେ CVT ବିକଳ୍ପ ମଧ୍ୟ ଉପଲବ୍ଧ ହେବ ।ଖବର ଅନୁଯାୟୀ, ଏହାର ପ୍ରାରମ୍ଭିକ ଏକ୍ସ-ସୋରୁମ୍ ମୂଲ୍ୟ ୫.୫ଲକ୍ଷ ଟଙ୍କା ହେବ। ତେବେ, ତାହା କେତେ ସଠିକ୍ ତାହା ୨ ଡିସେମ୍ବର ୨୦୨୦ରେ ଜଣାପଡିବ ।

Comments are closed.