ପ୍ରବାସୀଙ୍କ ନିମନ୍ତେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବ୍ୟବହାରକୁ କେନ୍ଦ୍ରର ଅନୁମୋଦନ

ନୂଆଦିଲ୍ଲୀ: ଲକ୍ଡ଼ାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀଙ୍କ ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବ୍ୟୟ କରାଯାଇ ପାରିବ । ଏଥିଲାଗି ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ବିଭିନ୍ନ ରାଜ୍ୟକୁ କେନ୍ଦ୍ର ସରକାର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦରେ ୧୧୦୦୨ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ଏବଂ ଏହି ଅର୍ଥରାଶି ସେମାନେ ମାର୍ଗଦର୍ଶିକା ଅନୁସାରେ ପ୍ରବାସୀଙ୍କ ନିମନ୍ତେ ଖର୍ଚ କରି ପାରିବେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Comments are closed.