ନିର୍ଭୟା ଦୋଷୀଙ୍କ ଫାଶୀ ପୂର୍ବରୁ ତିହାର ଜେଲରେ ପରୀକ୍ଷାମୂଳକ ଅଭ୍ୟାସ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଦୋଷୀ ଫେବ୍ରୁଆରୀ ୧ ତାରିଖରେ ସକାଳ ୬ଟାରେ ତିହାର ଜେଲରେ ଫାଶି ଖୁଣ୍ଟରେ ଝୁଲି ପାରନ୍ତି। ଏହା ପୂର୍ବରୁ ତିହାର ଜେଲରେ ସୋମବାର ଡମି ଫାଶୀ ବା ପରୀକ୍ଷାମୂଳକ ଭାବେ ଫାଶୀ ଅଭ୍ୟାସ କରାଯାଇଛି। ଏହାକୁ ମିଶାଇ ଦୁଷ୍କର୍ମ ମାମଲାରେ ୪ ଥର ଡମି ଫାଶୀ ବା ପରୀକ୍ଷାମୂଳକ ଫାଶୀ ଅଭ୍ୟାସ କରାଯାଇଛି।

ଏହା ପୂର୍ବରୁ ଜାନୁଆରୀ ୧୩ରେ ଡମି ଫାଶୀର ଅଭ୍ୟାସ ହୋଇଥିଲା। ନିର୍ଭୟା ଦୋଷୀଙ୍କ ଓଜନର ୪ଟି ପୁତ୍ତଳିକା ପ୍ରସ୍ତୁତ କରାଯାଇଥିଲା। ଆବର୍ଜନା ଏବଂ ପଥରକୁ ନେଇ ପୁତ୍ତଳିକା ପ୍ରସ୍ତୁତ କରାଯାଇଥିଲା। ସେହି ପୁତ୍ତଳିକାକୁ ଫାଶୀ ଖୁଣ୍ଟରେ ଝୁଲାଯାଇ ପରୀକ୍ଷାମୂଳକ ଭାବେ ଫାଶୀ ଅଭ୍ୟାସ କରାଯାଇଥିଲା। ଜେଲ ଅଧିକାରୀଙ୍କ ସୂଚନା ଅନୁଯାୟୀ ଫାଶୀ ଅଭ୍ୟାସ ବେଳେ ଜଲ୍ଲାଦ ଉପସ୍ଥିତ ନଥିଲା। ଜେଲର ଜଣେ ଅଧିକାରୀ ଏହି ଅଭ୍ୟାସ କରିଥିଲେ।

Comments are closed.