ନିର୍ଭୟା ଗଣ ବଳାତ୍କାର ଓ ହତ୍ୟା ପ୍ରସଙ୍ଗ : ରାଜକ୍ଷମା ଆବେଦନକୁ ନେଇ ଦାଖଲ ମାମଲା ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ନିର୍ଭୟା ଗଣ ବଳାତ୍କାର ଓ ହତ୍ୟା ମାମଲାର ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିବାକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି । ୨୦୧୨ ନିର୍ଭୟା ଗଣ ବଳାତ୍କାର ମାମଲାର ଦୋଷୀ ବିନୟ ଶର୍ମା ତାର କ୍ଷମା ଆବେଦନ କ୍ଷେତ୍ରରେ ଭିନ୍ନ ଉଦ୍ଦେଶ୍ୟ ରଖି ନିଷ୍ପତ୍ତି ନିଆଯାଇଥିବାର ଦୋଷାରୋପ କରିଥିଲା।
ଜଷ୍ଟିସ୍‍ ଆର୍‍. ଭାନୁମତି, ଅଶୋକ ଭୂଷଣ ଓ ଏସ୍‍. ବୋପନ୍ନାଙ୍କ ଖଣ୍ଡପୀଠ କହିଛନ୍ତି, କ୍ଷମା ଆବେଦନର ନ୍ୟାୟିକ ସମୀକ୍ଷା କରାଯିବାର କୌଣସି
ଯଥାର୍ଥତା ନାହିଁ। ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ଦୋଷୀ ବ୍ୟକ୍ତିମାନଙ୍କୁ ଫାଶି ଦଣ୍ଡ ଦିଆଯିବା ଉପରେ ନିମ୍ନ ଅଦାଲତ ଜାନୁଆରୀ ୩୧ ତାରିଖରେ ସ୍ଥଗିତା ଦେଶ ଲାଗୁ କରିଥିଲେ।

Comments are closed.