ନିର୍ଭୟା ମାମଲା: ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ଠାକୁରର ରାଜକ୍ଷମା ଆବେଦନ ଖାରଜ ହୋଇଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ରାଜକ୍ଷମା ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ଅକ୍ଷୟ ଫାଶୀ ପାଇବା ନିଶ୍ଚିତ ହୋଇଛି। ଅକ୍ଷୟ ପୂର୍ବରୁ ମୁକେଶ ଓ ବିନୟ ଶର୍ମା ମଧ୍ୟ ରାଜକ୍ଷମା ଆବେଦନ କରିଥିଲେ। ଯାହାକୁ ରାଷ୍ଟ୍ରପତି ଖାରଜ କରିଦେଇଥିଲେ। ତେବେ ଏପର୍ଯ୍ୟନ୍ତ ଚତୁର୍ଥ ଦୋଷୀ ପବନ ଗୁପ୍ତା ରାଜକ୍ଷମା ଆବେଦନ କରିନାହିଁ।

Comments are closed.