ଜେଲରେ ନିର୍ଭୟା ଦୋଷୀ ବିନୟର ଆତ୍ମହତ୍ୟା ଉଦ୍ୟମ

ନୂଆଦିଲୀ: ନିର୍ଭୟା ମାମଲାର ଦୋଷୀ ବିନୟ ଶର୍ମା ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଛି। ଶୌଚାଳୟରେ କପଡ଼ା ଓ ଗାମୁଛାରେ ଫାଶି ଲଗାଇ ଆତ୍ମହତ୍ୟା କରୁଥିବା ବେଳେ ଜେଲ ସୁରକ୍ଷାକର୍ମୀମାନେ ତାକୁ ଉଦ୍ଧାର କରିଛନ୍ତି। ବିନୟର ଏପରି ପଦକ୍ଷେପ ପରେ ପ୍ରଶାସନିକ ଅଧିକାରୀମାନେ ଅଧିକ ସତର୍କ ଓ ସଜାଗ ହୋଇପଡ଼ିଛିନ୍ତି। ବୁଧବାର ସକାଳେ ବିନୟ ଏହି ପଦକ୍ଷେପ ନେଇଥିବା ତା’ ଓକିଲ ଏପି ସିଂହ ଦାବି କରିଛନ୍ତି। ଅପର ପକ୍ଷରେ ଜେଲ ମହାନିର୍ଦ୍ଦେଶକ ଏହାକୁ ଖଣ୍ଡନ କରିଛନ୍ତି। ତାଙ୍କ କହିବାନୁସାରେ, ଜେଲରେ ଏପରି କିଛି ଘଟଣା ଘଟିନାହିଁ।

ସୂଚନା ଅନୁସାରେ, ଫାଶୀ ତାରିଖ ଧାର୍ଯ୍ୟ ହେବା ପରଠାରୁ ତିହାର ଜେଲରେ ବନ୍ଦୀ ଥିବା ଦୋଷୀ ବିନୟ ଖୁବ୍‍ ଅସ୍ଥିର ହୋଇପଡ଼ିଛି। ତା’ର ନିଦ ଉଡ଼ିଯାଇଛି ଓ ସେ ସର୍ବଦା ନିଜ କୋଠରୀ ମଧ୍ୟରେ ବିଚଳିତ ଅବସ୍ଥାରେ ରହୁଛି। ଜେଲ ଅଧିକାରୀ ଲଗାତର ତା’ର କାଉନ୍‍ସେଲିଂ କରାଉଛନ୍ତି। ଜେଲ ଅଧିକାରୀଙ୍କ କହିବାନୁସାରେ, ୨୪ ଘଣ୍ଟା ତାକୁ ଡାକ୍ତରଙ୍କ ନିଘାରେ ରଖାଯାଉଛି।

ସୂଚନାଯୋଗ୍ୟ, ଗୁରୁବାର ଦ୍ୱିପହରେ ଦୁଇଟି ଗାଡ଼ିରେ କାଡ଼ା ସୁରକ୍ଷା ମଧ୍ୟରେ ୪ ଦୋଷୀଙ୍କୁ ଜେଲ୍‍ ସଂଖ୍ୟା ୩କୁ ସ୍ଥାନାନ୍ତର କରାଯାଇଛି। ୪ ଜଣଙ୍କୁ ଭିନ୍ନ ଭିନ୍ନ ସେଲ୍‍ରେ ରଖାଯାଇଛି। ସେମାନଙ୍କୁ ରଖାଯାଇଥିବା ସେଲ୍‍ରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି ଓ ତାମିଲନାଡ଼ୁ ସ୍ପେଶାଲ ପୁଲିସର ୨ ଯବାନ ୨୪ ଘଣ୍ଟା ତାଙ୍କ ଉପରେ ନଜର ରଖିଛନ୍ତି।

Comments are closed.