ବିପିଏଲ ପରିବାର ଓ ବରିଷ୍ଠ ନାଗରିକଙ୍କୁ ମାଗଣାରେ କରୋନା ଟିକା ଦେବାକୁ ନିରଞ୍ଜନଙ୍କ ଦାବି

ଭୁବନେଶ୍ୱର: ରାଜ୍ୟର ସମସ୍ତ ବିପିଏଲ ପରିବାର ଏବଂ ବରିଷ୍ଠ ନାଗରିକଙ୍କୁ ମାଗଣାରେ କରୋନା ଟିକା ଦେବାକୁ ଦାବି କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାକୟ। ଏ ସଂକ୍ରାନ୍ତରେ ସେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି।

ଚିଠିରେ ନିରଞ୍ଜନ ମୁଖ୍ୟମନ୍ତ୍ରୀଙ୍କୁ ସୁସ୍ବାସ୍ଥ୍ୟ କାମନା କରିବା ସହିତ ରାଜ୍ୟରେ ଆରମ୍ଭ କରାଯାଇଥିବା କରୋନା ଟିକାକରଣ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ବିଭାଗୀୟ କର୍ମଚାରୀଙ୍କୁ ବି ସେ ଧନ୍ୟବାଦ ଦେଇଛନ୍ତି। ରାଜ୍ୟର ସବୁ ବିପିଏଲ ତାଲିକାଭୁକ୍ତ ପରିବାର ଏବଂ ବରିଷ୍ଠ ତଥା ବୟସ୍କ ନାଗରିକମାନଙ୍କୁ ବିନା ମୂଲ୍ୟରେ କରୋନା ଟିକା ଯୋଗାଇ ଦେବାକୁ ଦାବି ଜଣାଇଛନ୍ତି। ଫଳରେ ଏହି ବର୍ଗର ସମସ୍ତ ବ୍ୟକ୍ତିବିଶେଷ ଏଥିରୁ ଉପକୃତ ହୋଇପାରିବେ ବୋଲି ନିରଞ୍ଜନ କହିଛନ୍ତି।

Comments are closed.