ନିପାର ୧୯ ତମ ବାର୍ଷିକ ଉତ୍ସବ

ନବରଙ୍ଗପୁର : ଇଣ୍ଟରଡେନମିନେସନ ପାଷ୍ଟରସ ଏସୋସେସନ (ନିପା)ର ୧୯ ତମ ବାର୍ଷିକ ଉତ୍ସବ ଆର.କେ. କଲୋନୀସ୍ଥିତ ବିବିଲିକାଲ ବାପଟିଷ୍ଟ ଚର୍ଚ୍ଚରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇ ପାଳକ ମାନଙ୍କର ଏକତା ସମନ୍ଧରେ ଉତ୍ସାହିତ କରିଥିଲେ । ମୁଖ୍ୟବକ୍ତା ଭାବରେ ରେଭ ଡ଼ଃ ଡେଭିଡ଼ ରୟ (କୋଭାନାଣ୍ଟ ମିନିଷ୍ଟ୍ରିର ସଭାପତି ବିଶାଖାପାଟଣା) ଯୋଗଦେଇ ପ୍ରଭୁ ଯୀଶୁଙ୍କର ଅମୃତ ବାଣୀ ପ୍ରଚାର କରିଥିଲେ ।  ନିପାର ପ୍ରତିଷ୍ଠାତା ରେଭ ଡ଼ଃ ପ୍ରମୋଦ କୁମାର ନାଗ ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ରେଭ ଡ଼ଃ ଶାମୁଏଲ ଲିମା ପବିତ୍ର ଧର୍ମଶାସ୍ତ୍ର ବାଇବେଲରୁ କିଛି ଅଂଶ ପଠନ କରିଥିଲେ। ନିପାର ସଭାପତି ରେଭ ପ୍ରଦୀପ କୁମାର ନନ୍ଦ ମହତ ଉଦେଶ୍ୟ ଓ କାର୍ଯ୍ୟ ବିଷୟର ବକ୍ତବ୍ୟ ରଖିଥିଲେ। ଏଥିରେ ପ୍ରାୟ ୨୦୦ ଜଣ ପାଳକ ଉପସ୍ଥିତ ଥିଲେ ।

Comments are closed.