ପଞ୍ଚଲିଙ୍ଗେଶ୍ୱରରେ ରକ୍ତଦାନ ଶିବିର

ନୀଳଗିରି: ନୀଳଗିରି ଉପଖଣ୍ଡ ଅଧୀନ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ସମୟରେ ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟକୁ ଆଖି ଆଗରେ ରଖି ପକ୍ଷୀପ୍ରେମୀ ମନୋରଞ୍ଜନ ଦାସ ଓ ସମାଜସେବୀ ବିବେକ ମଲିକଙ୍କ ତତ୍ତ୍ୱାବଧାନରେ ଚଳିତ ବର୍ଷର ଚତୁର୍ଥ ଥର ପାଇଁ ସ୍ଥାନୀୟ ସାଇ ହିଲ ଭିୟୁ ରିସର୍ଟଠାରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୫୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଶିବିରରେ ଲକ୍ଷ୍ମୀଧର ସ, ମାୟାଧର ପଣ୍ଡା, ଅଶୋକ ମଢ଼ୁଆଳ, ଅନିତା ଦାସ, ବବି ମଲିକ, ବୀରେନ୍ଦ୍ର ବେହେରା, ମନୋଜ ମଲିକ ପ୍ରମୁଖ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

Comments are closed.