ପଞ୍ଚଲିଙ୍ଗେଶ୍ୱରରୁ ଉଦ୍ଧାର ହେଲା ଆହତ ଝିଙ୍କ

ନୀଳଗିରି: ବାଲେଶ୍ୱର ଜିଲାର ପ୍ରସିଦ୍ଧ ଶୈବପୀଠ;ନୀଳଗିରିସ୍ଥିତ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରୁ ଏକ ଅଣ୍ଡିରା ଝିଙ୍କକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଶୈବପୀଠ ପାହାଚ ପାର୍ଶ୍ବରେ ଥିବା ଏକ ଗାତରେ ଏହି ଝିଙ୍କଟି ଦୀର୍ଘଦିନ ହେବ ରହି ଆସୁଥିଲା। କୌଣସି କାରଣ ଯୋଗୁ ତା’ ଗୋଡ଼ରେ ଘା’ ସୃଷ୍ଟି ହେବାରୁ ସେ ବିଚଳିତ ହୋଇ ଖାଦ୍ୟ ଅନ୍ୱେଷଣରେ ପଞ୍ଚଲିଙ୍ଗେଶ୍ୱର ପାର୍କିଂଷ୍ଟାଣ୍ଡ ଆଡ଼କୁ ଚାଲି ଯାଇଥିଲା। ସ୍ଥାନୀୟ ଲୋକେ ତାକୁ ଦେଖି ବନବିଭାଗକୁ ଖବର ଦେବା ପରେ ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟର ଭାଗ୍ୟଶ୍ରୀ ଦ୍ୱିବେଦୀ ତାକୁ ଉଦ୍ଧାର କରି ନୀଳଗିରିସ୍ଥିତ କୁଲଡିହା କାର୍ଯ୍ୟାଳୟକୁ ଆଣିଛନ୍ତି। ସ୍ଥାନୀୟ ପ୍ରାଣୀ ଚିକିତ୍ସାଧୀକାରୀ ଡା. ତପନ ଦ୍ୱିବେଦୀ ଏହି ଆହତ ଝିଙ୍କକୁ ଚିକିତ୍ସା କରି ସୁସ୍ଥ ହେବା ଯାଏଁ ରଖିବାକୁ ପରାମର୍ଶ ଦେଇଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ହେଲେ ତାକୁ କୁଲଡିହା ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.