ମାଟିତଳୁ ମସ୍ତକ ବିହୀନ ବିଷ୍ଣୁମୂର୍ତ୍ତି ଉଦ୍ଧାର!

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଉପଖଣ୍ଡ ଅଞ୍ଚଳରେ ଏକ ଗଡ଼ିଆରେ ମାଟି ଖୋଳୁଥିବା ସମୟରେ ମସ୍ତକ ବିହୀନ ବିଷ୍ଣୁମୂର୍ତ୍ତି ଉଦ୍ଧାର କରାଯାଇଛି।

ଔପଦା ବ୍ଲକ ଦକ୍ଷିଣନରସିଂହପୁର ପଞ୍ଚାୟତ ଅଧୀନ ପ୍ରତାପଡ଼ା ଗାଁର ଜଗନିବାସ ପାଣିଗ୍ରାହୀଙ୍କ ଘର ଗଡ଼ିଆରୁ ଗୁରୁବାର ମାଟି ଖୋଳା ଯାଉଥିଲା। ପ୍ରାୟ ୧୦ଫୁଟରୁ ଊର୍ଦ୍ଧ୍ବ ଗଭୀରରେ ମାଡ଼ି ତଡ଼ା ଯିବା ପରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧରିଥିବା ଏକ ମସ୍ତକ ବିହୀନ ବିଷ୍ଣୁମୂର୍ତ୍ତି ଉଦ୍ଧାର ହୋଇଛି। ତେବେ ଏହି ମୂର୍ତ୍ତିଟି ପ୍ରାଚୀନ କାଳର ବୋଲି ଚର୍ଚ୍ଚା ହେଉଛି। ଏହି ଖବର ପ୍ରଚାରିତ ହେବା ପରେ ମୂର୍ତ୍ତିକୁ ଦେଖିବାକୁ ଅଞ୍ଚଳ ଲୋକାରଣ୍ୟ ହୋଇଥିବା କୁହାଯାଉଛି। କେହି କେହି ଏହାକୁ ପ୍ରାଚୀନ କାଳର ବୋଲି କହୁଥିବା ବେଳେ କେତେକ ମୂର୍ତ୍ତିଟିକୁ ଗଡ଼ିଆ ଭିତରକୁ କେହି ଫିଙ୍ଗି ଦେଇଥିବା ମତ ଦେଇଛନ୍ତି।

Comments are closed.