ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୀଳଗିରି : ବାଲେଶ୍ବର ଜିଲା ଔପଦା ବ୍ଲକ ବଡ଼ପୋଖରୀ ଗ୍ରାମରେ ଜଣେ ଚାଷୀ ରବିବାର ଋଣ କଷ୍ଟ ସହିନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଉକ୍ତ ଚାଷୀ ଜଣଙ୍କ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଋଣ ଆଣି ମାନସିକ ଚାପରେ ରହୁଥିଲେ। ଋଣ କଷ୍ଟ ସହି ନ ପାରି ବିଷ ପିଇ ଦେଇଥିଲେ। ଏହାପରେ ପରିବାରଲୋକେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Comments are closed.