୭ ମାସ ଧରି ଭଡ଼ା ଦେଲେନି; ବ୍ୟାଙ୍କରେ ତାଲା ଝୁଲାଇଲେ ଘର ମାଲିକ

ନୀଳଗିରି: ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ସହରରେ ଥିବା ୟୁକୋ ବ୍ୟାଙ୍କ ୨୦୨୦ମସିହା ନଭେମ୍ବର ମାସରୁ ଘର ଖାଲି କରିବେ ବୋଲି ମାଲିକ ସହ ଚୁକ୍ତି କରିଥିଲା। ଏଥିନେଇ ମାତ୍ର ୨ମାସ ସମୟ ମଗା ଯାଇଥିଲେ ହେଁ ସମ୍ପୃକ୍ତ ବ୍ୟାଙ୍କ ନିଜର ଚୁକ୍ତି ଖିଲାପ କରିଥିବା ଅଭିଯୋଗ ହୋଇଛି। ସେପଟେ ବାରମ୍ବାର ନୋଟିସ ପାଇ ମଧ୍ୟ ବ୍ୟାଙ୍କ ମ୍ୟାନେଜର ଜାଣିଶୁଣି ଏଭଳି କରୁଥିବା ଅଭିଯୋଗ ହୋଇଛି। ଧର୍ଯ୍ୟ ସୀମା ପାର ହେବାରୁ ସୋମବାର ଘର ମାଲିକ ସତ୍ୟନାରାୟଣ ମହାପାତ୍ର ଓ ମାଲିକାଣି ପ୍ରଜ୍ଞା ମହାପାତ୍ର ବ୍ୟାଙ୍କ ରେ ତାଲା ଝୁଲାଇଛନ୍ତି। ଯାହା ଫଳରେ ଅନ୍ୟ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ଗଛ ମୂଳେ ବସିଥିବା ବେଳେ ବ୍ୟାଙ୍କ ଗ୍ରାହକ ଖରାରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ହୀନସ୍ତା ହୋଇଛନ୍ତି।

Comments are closed.