ନୀଳଗିରିରେ ନିର୍ମାଣ ହେବ ଶହେ ଫୁଟ୍‍ର ବିଜୁବାବୁଙ୍କ ପ୍ରତିମୂର୍ତ୍ତି

ନୀଳଗିରି: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଉଦେଶ୍ୟରେ ବାଲେଶ୍ୱର ଜିଲା ଅଧୀନ ନୀଳଗିରିରେ ନିର୍ମାଣ ହେବ ଶହେ ଫୁଟ ଲମ୍ବର ବିଜୁ ପ୍ରତିମୂର୍ତ୍ତି । ବିଜୁବାବୁଙ୍କ ଶ୍ରାଦ୍ଧତ୍ସୋବ ଉଦେଶ୍ୟରେ ସ୍ଥାନୀୟ ଯୁବ ସଂଗଠକ ତଥା ଶିଶିର ମହାପାତ୍ର ଫାଉଣ୍ଡେସନ ମୁଖ୍ୟ ସବ୍ୟସାଚୀ ମହାପାତ୍ର ଘୋଷଣା କରିଛନ୍ତି । ଏହି ଅବସରରେ ନୀଳଗିରିସ୍ଥିତ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀ ମହାପାତ୍ର ନୀଳଗିରିର ବଣସୀମା ଅଞ୍ଚଳରେ ଥିବା ନିଜସ୍ୱ ଜାଗାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ ନେଇ ଘୋଷଣା କରିଛନ୍ତି । ଏଥିନିମନ୍ତେ ଚେନ୍ନଇରୁ କାରିଗର ଆସିବା ଏବଂ ନିର୍ମାଣ ବାବଦରେ ୭୦ଲକ୍ଷ ଟଙ୍କା ଖର୍ଚ୍ଚ ବହନ କରାଯିବ ବୋଲି କୁହାଯାଇଛି । ତେବେ ବିଜୁପ୍ରେମୀମାନଙ୍କଠାରୁ ମାତ୍ର ୧୦ଟଙ୍କା ଲେଖାଏଁ ସଂଗ୍ରହ କରାଯିବ, ବାକି ଅନ୍ୟ ସମସ୍ତ ନିର୍ମାଣ ଖର୍ଚ୍ଚ ସବ୍ୟସାଚୀ ନିଜେ ବହନ କରିବା ସହ ଉକ୍ତ ପ୍ରତିମୂର୍ତ୍ତିକୁ ସର୍ବସାଧାରଣଙ୍କ ଉଦେଶ୍ୟରେ ଉନ୍ମକ୍ତ କରାଯିବ ବୋଲି ସୂଚନା ମିଳିଛି ।

Comments are closed.