ନିକିତାଙ୍କୁ ଭାଗ୍ୟ ଦେଇଛି ସାଥ୍, ଦର୍ଶକଙ୍କ ହୃଦୟ ଛୁଇଁବା ପାଇଁ ରହିଛି ଲକ୍ଷ୍ୟ

ଭୁବନେଶ୍ବର : ଓଲିଉଡ ନାୟିକା ନିକିତାଙ୍କୁ ଭାଗ୍ୟ ସାଥ୍ ଦେଇଛି। ଓଡ଼ିଆ ଚଳଚ୍ଚିତ୍ର ‘ଯୋଗୀ’ରେ ନାୟିକା ସାଜିଥିବା ଏହି ସୁନ୍ଦରୀ ଏବେ ମଞ୍ଜରୀର ମେଗା ଧାରାବାହିକ ‘ସିଂହଦ୍ବାର’ରେ ଏକ ଚାଲେଞ୍ଜିଂ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ତାଙ୍କ ଚରିତ୍ରକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି।
ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ କନ୍ୟା ତଥା ଯାତ୍ରା ଜଗତର ଦୁର୍ଦାନ୍ତ ଖଳନାୟକ ଦୈତାରୀ ପଣ୍ଡାଙ୍କ ବୋହୂ ଭାବେ ସେ ଏଥିରେ ମିଳିଥିବା ଚରିତ୍ରକୁ ଜୀବନ୍ତ କରି ତୋଳୁଛନ୍ତି। ପ୍ରତିଟି ଅଧ୍ୟାୟରେ ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରୁଛନ୍ତି। ଏଭଳି ଚରିତ୍ର ମାଧ୍ୟମରେ ଦର୍ଶକଙ୍କ ହୃଦୟକୁ ଛୁଇଁବା ପାଇଁ ଲକ୍ଷ୍ୟ ରହିଛି ବୋଲି ନିକିତା କହିଛନ୍ତି।