ରାତ୍ରିକାଳୀନ ଗ୍ରାମାଞ୍ଚଳ ସ୍ତରୀୟ କ୍ରିକେଟ୍‍ ଅନୁଷ୍ଠିତ

ବୌଦ୍ଧ: ବୌଦ୍ଧ ବ୍ଲକ ବହିରା ଯୁବକ ସଂଘ ଆନୁକୂଲ୍ୟରେ ବହିରା ଖେଳପଡିଆଠାରେ ଏକ ଦିବସୀୟ ରାତ୍ରିକାଳୀନ ଗ୍ରାମାଞ୍ଚଳସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‍ ଅନୁଷ୍ଠିତ ହୋଇଯାଇଛି। ୧୦ ଗୋଟି ଦଳଙ୍କୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଦନ୍ତାପାଲି ଓ କାଶଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଦନ୍ତାପାଲି ଦଳ ମାତ୍ର ୫ ରନରେ ବିଜୟୀ ଟୁର୍ଣ୍ଣାମେଣ୍ଟ୍‍ ଚମ୍ପିୟାନ ହୋଇଥିଲା। ଖେଳକୁ ପିଙ୍କୁ ମହାଲିକ ଓ ସୁନ୍ଧୁ ଚିରୁଗୁଣି ଅମ୍ପାୟାର ଭାବରେ ପରିଚାଳନା କରିଥିଲେ।

ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲା ବିଜେପି ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ବାଘ ଓ ସମ୍ମାନିତ ଅତିଥି ଭାବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୟୋଧର ମହାକୁଳ ଯୋଗଦେଇଥିଲେ। ଟୁର୍ଣ୍ଣାମେଣ୍ଟ୍‍ ପରିଚାଳନାରେ ଅଜିତ୍‍ ଦାଶ, ଲୁଲୁ ମହାକୁଳ, ରାଜେଶ ସାହୁ, ନକୁଳ ପ୍ରଧାନ, ବ୍ରଜ କିଶୋର ଦାସ ଓ ନେପାଳ ନାଏକ ପ୍ରମୁଖ ସହଯୋଗ କରିଥିଲେ।

Comments are closed.