୪୮ ଘଣ୍ଟା ପାଇଁ ନିଆଳି ବ୍ଲକର ୫ ପଂଚାୟତ ସଟଡ଼ାଉନ

କଟକ : କଟକ ଜିଲାରେ ବର୍ତମାନ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ନିଆଳିରେ ୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ବ୍ଲକର ୫ ପଂଚାୟତକୁ ସଟଡ଼ାଉନ ଘୋଷଣା କରାଯାଇଛି ବୋଲି ମଙ୍ଗଳବାର ଜଣାପଡ଼ିଛି।ନିଆଳି, ନୂଆଗାଁ, ବାହାରଣା, ମାଧବ ଓ ରତନପୁର ପଂଚାୟତକୁ ସଟଡ଼ାଉନ ଘୋଷଣା କରାଯାଇଛି। ଆଜି ସକାଳୁ ଗୁରୁବାର ସକାଳ ୪୮ ଘଣ୍ଟା ଏହି ସଟଡ଼ାଉନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.