ଦେବୀନ୍ଦର ସିଂହ ଗିରଫ ଘଟଣାରେ ପୁନର୍ବାର ମାମଲା ରୁଜ୍ଜୁ କଲା ଏନ୍‍ଆଇଏ

ଶ୍ରୀନଗର : ଆତଙ୍କବାଦୀଙ୍କ ସହ ଗିରଫ ହୋଇଥିବା ଜାମ୍ମୁ କାଶ୍ମୀର ପୁଲିସ ଡିଏସ୍‍ପି ଦେବୀନ୍ଦର ସିଂହ ନାମରେ ଏନ୍‍ଆଇଏ ପୁନର୍ବାର ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ନିର୍ଦ୍ଦେଶ ପାଇବା ପରେ ଏନ୍‍ଆଇଏ  ଏହି ପଦକ୍ଷେପ ନେଇଛି । କାଶ୍ମୀରରୁ ୩ ଜଣ ଆତଙ୍କବାଦୀଙ୍କ ସହ ସେ ଗିରଫ ହୋଇଥିଲେ। ସୀମା ପାର୍‍ କରି କାଶ୍ମୀର ଉପତ୍ୟକା ମଧ୍ୟକୁ ୩ ଜଣ ଆତଙ୍କବାଦୀଙ୍କୁ ଆଣୁଥିବା ସମୟରେ ଦେବୀନ୍ଦର ସିଂହଙ୍କୁ ଗିରଫ କରାଯାଇଥିଲା । ଏନ୍‍ଆଇଏର ଜଣେ ମୁଖପାତ୍ର କହିଛନ୍ତି,ଡିଏସ୍‍ପି ଦେବୀନ୍ଦର ସିଂହଙ୍କୁ ହିଝବୁଲ୍‍ ମୁଜାହିଦ୍ଦିନ୍‍ ଆତଙ୍କବାଦୀମାନଙ୍କ ସହିତ ଗତ ସପ୍ତାହରେ ଗିରଫ କରାଯାଇଥିଲା।

Image Credit : PTI

ଗିରଫ ହେବା ସମୟରେ ସେମାନଙ୍କ ପାଖରେ ବହୁ ଅସ୍ତ୍ରଶସ୍ତ୍ର ଓ ଗୋଳାବରୁଦ ଥିଲା । କାଜିଗୁଣ୍ଡ୍‍ ନିକଟରେ ଏକ କାର୍‍ରୁ ସେମାନଙ୍କୁ ଜାତୀୟ ରାଜପଥରୁ ଗିରଫ କରାଯାଇଥିଲା। ଏହି ଘଟଣା ନେଇ ଜମ୍ମୁ-କାଶ୍ମୀର ପୁଲିସ୍‍ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ନିର୍ଦ୍ଦେଶ ପାଇବା ପରେ ଏନ୍‍ଆଇଏ ଘଟଣା ନେଇ ପୁନର୍ବାର ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

Comments are closed.