ଭୀମା କେରେଗାଓଁ ହିଂସା ମାମଲା : ୮ ଜଣଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ଦାଖଲ କଲା ଏନଆଇଏ

ନୂଆଦିଲ୍ଲୀ : ଭୀମା କେରେଗାଓଁ ହିଂସା ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ୮ ଜଣଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ଦାଖଲ କରିଛି। ସେମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଗୌତମ ନବଲଖା ଓ ଫାଦର ଷ୍ଟାନ ସ୍ୱାମୀ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ହାନି ବାବୁ, ଆନନ୍ଦ ତେଲତୁମ୍ବଡେ, ଜ୍ୟୋତି ଜଗତାପ୍‍, ସାଗର ଗୋରଖେ ଓ ରମେଶ ଗାଇଚର ଅଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ ୧୬ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏନଆଇଏ ଗତ ଜାନୁୟାରୀ ମାସରେ ଭୀମା କୋରେଗାଓଁ ମାମଲାର ତଦନ୍ତ ଭାର ହାତକୁ ନେଇଥିଲା।

Comments are closed.