ନ୍ୟୁୟର୍କର ମେଟ୍ରୋ ଷ୍ଟେସନ୍‌ ବାହାରେ ଗୁଳିକାଣ୍ଡ – ୧୬ ଗୁରୁତର

ନ୍ୟୁୟର୍କ- ନ୍ୟୁୟର୍କରେ ଥିବା ବ୍ରୁକ୍‌ଲି ସବ୍‌ ଓ୍ୱେ ମେଟ୍ରୋ ଷ୍ଟେସନ୍‌ ନିକଟରେ ଗୁଳିକାଣ୍ଡ । ଏଥିରେ   ୧୬ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ପ୍ରଥମେ ମୃତାହତର ସୂଚନା ମିଳିଥିଲା ମାତ୍ର ପରବର୍ତ୍ତୀ ସମୟରେ ୧୬ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।

ଏହି ଘଟଣାପରେ ଘଟଣାସ୍ଥଳ ଧୂଆଁମୟ ହୋଇଥିବାରୁ କିଛି ବିସ୍ପୋରଣ ହୋଇଥିବା ଆଶଙ୍କା କରାଯାଉଛି । ଏହା ସହ ଆତତାୟୀର ଫଟୋ ଜାରି କରାଯାଇଛି । ଏବେ ପୁଲିସ ଏବଂ ବିଭିନ୍ନ ଅନୁସନ୍ଧାନକାରୀ ଦଳ ଆତତାୟୀମାନଙ୍କର ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ଥିବା ସମସ୍ତ ସିସିଟିଭିକୁ ଯାଞ୍ଚ କରାଯାଉଛି ।

ଏହା ଆତଙ୍କବାଦୀ ଘଟଣା ନା ଅନ୍ୟ କିଛି ପୁଲିସ ତାହାର ତଦନ୍ତ କରୁଛି । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Comments are closed.