କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ଶିକ୍ଷକ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ସ୍ଥିତ ମଧୁ ମହେଶ୍ୱର ବୁଦ୍ଧିଆ ଉଚ୍ଚ ବିଦ୍ୟାଳୟର ଜଣେ ନିଷ୍ଠାପର ଶିକ୍ଷକ ଦାମୋଦର ଭୋଇଙ୍କ ଅକାଳ ବିୟୋଗ ହୋଇଛି।  ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ଭୋଇ କିଛିଦିନ ତଳେ ବିଷମକଟକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କର ଉଚ୍ଚ ଚିକିତ୍ସା ପାଇଁ ବିଷମକଟକରୁ ବିଶାଖାପାଟଣା ନେଉଥିବା ସମୟରେ ବାଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଜଣେ ଶାନ୍ତ ଶିଷ୍ଟ, କର୍ତ୍ତବ୍ୟନିଷ୍ଠ, ମିଷ୍ଟ ଭାସି, ମେଳାପୀ, ବନ୍ଧୁ ପ୍ରେମୀ ଓ ଉଦାର ପ୍ରକୃତିର ମଣିଷକୁ ହରାଇ ଜନ୍ମମାଟି ଲାଖଗୁଡା ଓ କର୍ମଭୂମି କମର୍ଦ୍ଧା ସ୍ତବ୍ଧ ହୋଇଯାଇଛି। ଦାମୋଦର ଭୋଇଙ୍କ ଆବର୍ତ୍ତମାନରେ ଶିକ୍ଷକ ସମାଜର ଅପୂରଣୀୟ କ୍ଷତି ହୋଇଛି। ତାଙ୍କ ବିୟୋଗରେ ଦୁଃଖିତ ସହପାଠୀ, କମର୍ଦ୍ଧା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ଅମର ଆତ୍ମାର ସଦଗତି କାମନା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣେଇଛନ୍ତି।

Comments are closed.