ଦିନିକିଆ ସମ୍ବଲପୁର ଗସ୍ତରେ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବ , ଡିଏମଇଟି ନିର୍ଦ୍ଦେଶକ

ସମ୍ବଲପୁର : ସମ୍ବଲପୁରରେ କୋଭିଡ ସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା ପାଇଁ ରାଜ୍ୟ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବ , ଡିଏମଇଟି ନିର୍ଦ୍ଦେଶକ ଆଜି ଦିନିକିଆସମ୍ବଲପୁର ଗସ୍ତ କରିଛନ୍ତି। ଏହି ବରିଷ୍ଠ ଅଧିକାରୀ ମାନେ ସମ୍ବଲପୁର ଓ ବୁର୍ଲା କୋଭିଡ ହସ୍ପିଟାଲ, ସ୍ୱାବ ଟେଷ୍ଟିଂ ସେଣ୍ଟର , ଆଇସିୟୁ ସେଣ୍ଟର ଆଦିର ସ୍ଥିତି ଅନୁଧ୍ୟାନ କରିବା ସହ ସମ୍ବଲପୁର ଜିଲାରେ ବୃଦ୍ଧି ପାଉଥିବା କୋଭିଡ ମୃତ୍ୟୁ ହାରକୁ କିପରି ରୋକା ଯାଇ ପାରିବ ସେ ସମ୍ପର୍କରେ ଅନୁଧ୍ୟାନ କରିବେ । ଭିଆଇଏମଏସଆର ନିର୍ଦ୍ଦେଶକ ସମ୍ବଲପୁର ସିଡ଼ିଏମଓ , ଆରଡ଼ିସି, ଜିଲ୍ଲାପାଳ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି ।

Comments are closed.