ରାମ ଗୋପାଳ ବର୍ମାଙ୍କ ବିରୋଧରେ ଭାଜପାର ଏତଲା

ସମ୍ବଲପୁର: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପକ୍ଷରୁ ପୂର୍ବତନ ଝାରଖଣ୍ଡ ରାଜ୍ୟପାଳ ଓ ଓଡିଆ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି। ଶ୍ରୀମତୀ ମୁର୍ମୁଙ୍କ ନାମ ଘୋଷଣା ହେଲା ପରେ ସମଗ୍ର ଦେଶରେ ତାଙ୍କର ପ୍ରାର୍ଥୀତ୍ୱକୁ ନେଇ ସକାରତ୍ମକ ଓ ଉତ୍ସାହଜନକ ଟିପ୍ପଣୀ ସବୁ ମହଲରୁ ଦିଆଯାଉଛି। ଏଭଳି ସମୟରେ ହିନ୍ଦି ସିନେମାର ପ୍ରଯୋଜକ ତଥା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଟ୍ୱିଟର ମାଧ୍ୟମରେ ଦେଇଥିବା ଅଭଦ୍ର ଟିପ୍ପଣୀକୁ ନେଇ ଦେଶରେ ଅନେକ ମହଲରୁ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇ ସମାଲୋଚନା କରାଯାଉଛି। ଏଣୁ ଭାରତୀୟ ଜନତା ଦଳ ପକ୍ଷରୁ ସାରା ଭାରତର ଅନେକ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି।

ଏହି କ୍ରମରେ ସମ୍ବଲପୁର ଜିଲା ଭାଜପା ସଭାପତି ଗିରିଶ ପଟେଲ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଟାଉନ ଥାନାରେ ରାମ ଗୋପାଳ ବର୍ମା ଙ୍କ ବିରୋଧରେ ଏତାଲା ଦିଆଯାଇଛି। ଜିଲା ଉପ ସଭାପତି ତଥା ବରିଷ୍ଠ ଆଇନଜୀବୀ ଫଣୀ ଭୂଷଣ ମିଶ୍ର ଥାନାରେ ଏତାଲା ଦେଇ ତାଙ୍କର ବିରୋଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏହି ଅବସରରେ ଜିଲା ଯୁବ ମୋର୍ଚ୍ଚା ଅଶ୍ୱିନୀ ମାଝୀ, ପ୍ରଦୀପ ସୁପକାର, ଶମ୍ଭୁ ବରେଲିଆ, ସରୋଜ ଘଡେଇ, ଅଶ୍ୱିନୀ ସୁନା, ରାଜା ବରାଡ, ଟୁକୁ ମହାନ୍ତି, ଦିନେଶ ସାହୁ, ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ବୋଲି ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସୀ ସୂଚନା ଦେଇଛନ୍ତି।

Comments are closed.