ସଲାମ ସହିଦ : କିଛି ସମୟରେ ହେବ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ବର : ବୀର ସହିଦଙ୍କୁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। କିଛି ସମୟ ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ୨ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ରାଇକିଆ ବିଅରପାଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନଙ୍କର ଶେଷକୃତ୍ୟ ସହ ରାଇକିଆ ମହୋତ୍ସବ ପଡ଼ିଆରେ ସହିଦ ଚନ୍ଦ୍ରକାନ୍ତଙ୍କୁ ଗାର୍ଡ଼ ଅଫ ଅନର ପ୍ରଦାନ କରାଯାଇଛି।ଗାର୍ଡ଼ ଅଫ ଅନର ପରେ ଶୋଭାଯାତ୍ରାରେ ଜନ୍ମମାଟି ଅଭିମୁଖେ ମରଶରୀରକୁ ନିଆଯାଉଛି। ରାଇରଙ୍ଗପୁରର ସହିଦ ଯବାନ ନୁଦୁରାମ ସୋରେନଙ୍କ ଶେଷକୃତ୍ୟୁ ସମ୍ପନ୍ନ ହେବ। ଟାଉନଥାନାରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରାଯାଇଛି। ସହିଦଙ୍କ ଇଚିଣ୍ଡା ନୂଆଘର ଦେଇ ପୈତୃକ ଗାଁ ବଡ଼ଚମ୍ପାଉଦାକୁ ମରଶରୀରକୁ ନିଆଯାଉଛି। ଭାରତ-ଚୀନ ସୀମା ଲଦାଖର ଗଲୱାନ ଘାଟିରେ ୨ ଯବାନ ସହିଦ ହୋଇଥିଲେ।

Comments are closed.