ଆଜି ଠାରୁ ପୁୁରୀବାସୀଙ୍କ ଜଗା ଦର୍ଶନ

ପୁରୀ : ଆଜି ଠାର ପୁୁରୀବାସୀଙ୍କ ଜଗା ଦର୍ଶନ ଆରମ୍ଭ ହୋଇଛି। ରତ୍ନ ସିଂହାସନରେ ବିଜେ ବଡ ଠାକୁର ଭକ୍ତଙ୍କ ଡ଼ାକ ଶୁଣିଛନ୍ତି। ଖୋଲି ସାରିଛି ଶ୍ରୀମନ୍ଦିର। ପ୍ରଥମେ  ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିବା ପରେ ସେବାୟତଙ୍କ ପରିବାର ଠାକୁରଙ୍କୁ ଦର୍ଶନ ପରେ ଆଜି ଠାରୁ ପୁରୀବାସୀ ଏହି ସୁଯୋଗ ପାଇଛନ୍ତି। କୋଭିଡ ନିୟମ ମାନି ଦର୍ଶନ କରୁଛନ୍ତି ପୁରୀ ବାସିନ୍ଦା। ଆସନ୍ତା ୩୧ ଯାଏଁ ପୁରୀ ସହରବାସୀଙ୍କ ଲାଗି ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା ହୋଇଛି।
ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫୫ ସେକ୍ସନ ପୁଲିସ  ଫୋର୍ସ, ୨ ଅତିରିକ୍ତ ଏସପି, ୬ ଡିସିପି, ୯ ଇନ୍ସପେକ୍ଟର, ୩୫ ଏସାଇ, ୪୦ ହୋମଗାର୍ଡ ନିୟୋଜନ କରାଯାଇଛି। ଏହି ବ୍ୟବସ୍ଥା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଏସପି କନ୍ଵାୱର୍ ବିଶାଳ ସିଂହ ସୂଚନା ଦେଇଛନ୍ତି।

Comments are closed.