ଶବ ସତ୍କାର କଲା ଟିମ୍ ହ୍ୟୁମାନିଟି

ଫୁଲବାଣୀ: ଶୁଭ ଲକ୍ଷ୍ମୀ ପାତ୍ର ନାମକ ଜଣେ ମହିଳା ଫୁଲବାଣୀ ଅଞ୍ଚଳର ବସଷ୍ଟାଣ୍ଡ ପାଖରେ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ। ବୟସ ପ୍ରାୟ ୬୦, ଅସହାୟ ଅବସ୍ଥାରେ ଦୀର୍ଘ ଦିନ ହେବ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ। ଅସୁସ୍ଥତା କାରଣରୁ ହିଁ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ସହଯୋଗ ପାଇଁ ପରିବାର ଲୋକେ ଅସମର୍ଥ ଦର୍ଶାଇ ଟିମ୍ ହ୍ୟୁମାନିଟି କନ୍ଧମାଳର ସାହାଯ୍ୟ ଲୋଡିଥିଲେ। ଏ ସମ୍ଵନ୍ଧରେ ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକ ଭି ଲୋକନାଥ ରାଜୁଙ୍କୁ ଯୋଗାଯୋଗ କରିଥିଲେ। ଟିମ୍ ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ଅନୁପ ବିକ୍ରମ ପାତ୍ର, ଅମରଜ୍ୟୋତି ପ୍ରଧାନ ତୁରନ୍ତ ପଦକ୍ଷେପ ଗ୍ରହଣ ସ୍ଵରୁପ ଉକ୍ତ ସ୍ଥାନରେ ପହଞ୍ଚିବା ପରେ ଶବ ସତ୍କାର କରିବା ପାଇଁ ଯୋଜନା କରି ନିକଟସ୍ଥ ସ୍ମଶାନରେ ଶବଦାହ କରିଥିଲେ।

Comments are closed.