ଦ୍ରୌପଦୀ ମୁର୍ମୁଙ୍କ ପାଇଁ ମନ୍ଦିରରେ ଦୀପ ଦାନ କଲେ ଯୁବ ଗୋଷ୍ଠୀ

ପାଟଣା: ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଭାବେ ଘୋଷଣା ହେବା ଆମ ରାଜ୍ୟର ପ୍ରତ୍ୟେକ ଜନସାଧାରଣଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି। ସ୍ଵାଧୀନ ଭାରତର ପ୍ରଥମ ଜନଜାତି ମହିଳା ଏବଂ ରାଷ୍ଟ୍ରପତି ଭାବରେ ଶ୍ରୀମତୀ ମୁର୍ମୁ ଆଜି ନାମାଙ୍କନ ପତ୍ର ଦାଖଲ କରିଥିବାରୁ ଓଡ଼ିଆ ହିସାବରେ ଆମେ ଆଜି ଗର୍ବିତl ଶ୍ରୀମତୀ ମୁର୍ମୁ ଏକାଧାରରେ ଜଣେ ସମାଜ ସେବୀ, ଶିକ୍ଷକ, ରାଜନୈତିକ ଓ ପ୍ରଶାସନିକ ଅଧିକାରିଣୀ ଅଟନ୍ତି। ସେ ଆମ ପଡ଼ୋଶୀ ଜିଲ୍ଲା ମୟୂରଭଞ୍ଜରେ ହୋଇଥିବାରୁ ତାଙ୍କର ବ୍ୟକ୍ତିଗତ ଭାବେ କେନ୍ଦୁଝର ବାସୀଙ୍କ ସହିତ ନିବିଡ଼ ସମ୍ପର୍କ ଓ ବନ୍ଧୁତା ରହିଆସିଛି। ସେ କେନ୍ଦୁଝର ଜିଲ୍ଲାକୁ ବହୁତ ଭଲପାଇବା ସହିତ ବାରମ୍ବାର ଗସ୍ତ ମଧ୍ୟ କରିଛନ୍ତି। ଆଜି ସେ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ କରିଥିବାରୁ କେନ୍ଦୁଝରର ଯୁବ ଗୋଷ୍ଠୀ ବହୁତ ଖୁସି ଅନୁଭବ କରିବା ସହିତ ତାଙ୍କର ବିଜୟ କିପରି ସୁନିଶ୍ଚିତ ହେବ ସେଥିପାଇଁ ୟୁଥ ଫର କେନ୍ଦୁଝର ତରଫରୁ ମାଇନିଂ ରୋଡ ସ୍ଥିତ ପ୍ରଭୁ ଶ୍ରୀରାମ ମନ୍ଦିରରେ ଆସି ଦ୍ଵୀପ ପ୍ରଜ୍ବଳନ କରିଥିଲେ। ୟୁଥ ଫର କେନ୍ଦୁଝରର ସାଧାରଣ ସମ୍ପାଦକ ଲମ୍ବୋଦର ମହାନ୍ତ, ସଞ୍ଜୟ କୁମାର ମହାନ୍ତି, ସକ୍ରିୟ ସଦସ୍ୟ ସାହିଲ କୁମାର ପରିଡ଼ା, ଅନୀଲ ନାଏକ, ପ୍ରତୀକ ଜେନା ପ୍ରମୁଖଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ହୋଇଥିଲା।

Comments are closed.