ଭାଲୁ ଆକ୍ରମଣରେ ଜଣେ ଗୁରୁତର

ପାଟଣା: ପାଟଣା ବନାଞ୍ଚଳ ମାଛଗଡ ଖଣ୍ଡ ଅନ୍ତର୍ଗତ ଜୟପୁର ଗ୍ରାମରେ ଆଜି ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣଙ୍କ ଜୟପୁର ଗ୍ରାମର କୃଷ୍ଣଚନ୍ଦ୍ର ମହାରଣା (୪୦) ବୋଲି ଜଣାପଡିଛି। ସେ ଆଜି ସକାଳେ ଶୌଚ ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିବା ସମୟରେ ତାଙ୍କୁ ଏକ ଭାଲୁ ଅତର୍କିତ ଆକ୍ରମଣ କରିଥିଲା। ସେ ଚିତ୍କାର କରିବାରୁ ଆଖପାଖରେ ଲୋକେ ଦୌଡ଼ି ଆସିବାରୁ ଭାଲୁଟି ଜଙ୍ଗଲ କୁ ଚାଲିଯାଇଥିଲା। ଭାଲୁଟି ତାଙ୍କ ଯୌନଙ୍ଗକୁ କାମୁଡି କ୍ଷତାକ୍ତ କରିଦେଇଥିଲା। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭାଲୁ ଆକ୍ରମଣରେ ତାଙ୍କ ଜଙ୍ଘ ଓ ସଂବେଦନଶୀଳ ଅଙ୍ଗରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି।

Comments are closed.