ନାବାଳିକା ଦୁଷ୍କର୍ମ, ୨ ନାବାଳକ ଓ ଜଣେ ଯୁବକ ଗିରଫ

ପାଟଣା: ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସରାସପଶି ଗ୍ରାମର ଜଣେ ନାବାଳିକାକୁ ପାଟଣା ଥାନା ଅଞ୍ଚଳ ଗୁଣ୍ଡୁରିପଶି ଗ୍ରାମର ଜଣେ ନାବାଳକ ଦୁଷ୍କର୍ମ କରିଥିବା ଓ ଅନ୍ୟ ୨ ଜଣ ଦୁଷ୍କର୍ମକାରୀକୁ ସହଯୋଗ କରିଥିବାରୁ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତରଣୀସେନ ବାଗଙ୍କ ଦ୍ଵାରା ଗିରଫ ହୋଇଛନ୍ତି। ଆଜି ଏହି ୨ନାବାଳକଙ୍କୁ କିଶୋର ନ୍ୟାୟ ପରିଷଦ (ଜୁଭେନାଇଲ ଜଷ୍ଟିସ ବୋର୍ଡ)ରେ ହାଜର କରାଯାଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ଗତ ୨୭ ତାରିଖ ଘଟଗାଁ ଥାନାରେ ଅଭିଯୋଗ ହୋଇଥିଲା। ପାରିବାରିକ ବନ୍ଧୁ ଘର ହେତୁ ନାବାଳିକା ଜଣକ ଗୁଣ୍ଡୁରିପଶିର ସଂପୃକ୍ତ ନାବାଳିକା ସହ ଘରୁ ବାହାରିଯିବା ପରେ ଏକ ନିଛାଟିଆ ପୋଖରୀ ନିକଟରେ ତାକୁ ଦୁଷ୍କର୍ମ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ନାବାଳକକୁ ନିଶ୍ଚିନ୍ତପୁରର ଜିତେନ ନାଏକ ନାମକ ଜଣେ ଯୁବକ ଓ ଗୁଣ୍ଡୁରିପଶିର ଆଉ ଜଣେ ନାବାଳକ ସହଯୋଗ କରିଥିବା ସୂଚନା ମିଳିଛି।

Comments are closed.