ଘର ଉପରେ ପଡିଲା ପୁରୁଣା ବଡ ବରଗଛ, ଅଳ୍ପକେ ବର୍ତ୍ତିଲେ ପରିବାର

ପାଟଣା: ଦୁଇଶହ ବର୍ଷ ପୁରୁଣା ବରଗଛ ଉପୁଡ଼ି ପଡ଼ିବାରୁ ଅଳ୍ପକେ ଏକ ପରିବାର ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ଗ୍ରାମର ଆଜି ଭାରତ ଚନ୍ଦ୍ର ନାଏକଙ୍କ ଘର ଉପରେ ଏକ ବଡ ପୁରୁଣା ବରଗଛ ଉପୁଡି ପଡିବାରୁ ତାଙ୍କର ଦୁଇ ବଖରା ଘର ଭାଙ୍ଗି ଯାଇଛି। ହେଲେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଭରତଙ୍କ ପରିବାର। ପାଖାପାଖି ଦୁଇ ଶହ ବର୍ଷର ଏହି ପୁରୁଣା ବରଗଛଟି ଉପୁଡି ପଡିବା ଦ୍ବାରା ବିଦ୍ୟୁତ ତାର ଟାଣି ହୋଇ ତାର ଛିଣ୍ଡିବା ସହ ଖୁଣ୍ଟ ବଙ୍କା ହୋଇଯାଇଛି। ଖବର ପାଇ ପାଟଣା ଅଗ୍ନିଶମ ବାହିନୀର ଅଧିକାରି ମନୋରଞ୍ଜନ ମହାନ୍ତ ଓ ତାଙ୍କ ଟିମ୍ ମୂଷାଖୋରୀ ଗ୍ରାମରେ ପହଞ୍ଚି ଉପୁଡି ପଡିଥବା ବରଗଛଟିକୁ କାଟି ଅଲଗା କରିଛନ୍ତି।

Comments are closed.