କୋହଳ ହେବ ସ୍କୁଲ ଫି’; ଫି’ କୋହଳ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି

ଯେଉଁ ସ୍କୁଲର ଫି’ ବାର୍ଷିକ ୬ହଜାର ଥିବ – ତାହା ସମ୍ପୂର୍ଣ୍ଣ ଛାଡ ହେବ

ଭୁବନେଶ୍ୱର : କୋହଳ ହେବ ସ୍କୁଲ ଫି’ । ଫି’ କୋହଳ କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ ସହ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିବା ଜଣାପଡ଼ିଛି। ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଫି’ କୋହଳ ହେବ। ଅନୁଦାନ ପ୍ରାପ୍ତ, ଅଣଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲ ଫି’ ଛାଡ କରିବେ। ଫି’ କୋହଳ ନେଇ ୭ଟି ସ୍ଲାବ ନିର୍ଦ୍ଧାରଣ କରିଛନ୍ତି ସରକାର।
ଯେଉଁ ସ୍କୁଲର ଫି’ ବାର୍ଷିକ ୬ହଜାର ଥିବ – ତାହା ସମ୍ପୂର୍ଣ୍ଣ ଛାଡ ହେବ।
ବାର୍ଷିିକ ୬ ହଜାରରୁ ଅଧିକ ୧୨ ହଜାରରୁ କମ – ୭.୫% ଛାଡ।
୧୨ ହଜାରରୁ ଅଧିକ ୨୪ ହଜାରରୁ କମ – ୧୨% ଛାଡ ।
୨୪ ହଜାରରୁ ଅଧିକ ୪୮ ହଜାରରୁ କମ ୧୫% ଛାଡ।
୪୮ ହଜାରରୁ ଅଧିକ ୭୨ ହଜାରରୁ କମ – ୨୦% କମ ।
୭୨ ହଜାରରୁ ଅଧିକ ଏକ ଲକ୍ଷରୁ କମ – ୨୫ % ଛାଡ ।
ବାର୍ଷିକ ସ୍କୁଲ ଫି’ ଏକ ଲକ୍ଷରୁ ଅଧିକ ହୋଇଥିଲେ ୨୬% ଛାଡ ।
ହଷ୍ଟେଲ ଫି’ ୩୦% ଛାଡ କରିବାକୁ ମଧ୍ୟ ନିର୍ଦ୍ଦେଶ।
ପରିବହନ ଓ ଖାଦ୍ୟ ବାବଦରେ ମନଇଚ୍ଛା ଅର୍ଥ ବାଦାୟ କରିପାରିବେନି। ସ୍କୁଲ ଫି’କୋହଳ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଥିଲେ ହାଇକୋର୍ଟ।

 

Comments are closed.