କାଲିଠୁ ପୁରୀବାସୀଙ୍କ ଜଗା ଦର୍ଶନ : ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ : ଦୀର୍ଘ ୯ ମାସ ପରେ ଜଗତରନାଥ ଜଗନ୍ନାଥ, ବଡ ଦେଉଳର ବଡ଼ ଠାକୁର ଡ଼ାକ ଶୁଣିଛନ୍ତି। ଶ୍ରଦ୍ଧାଳୁ, ଭକ୍ତଙ୍କ ଡ଼ାକରେ , ଖୋଲି ସାରିଛି ଶ୍ରୀମନ୍ଦିର । ପ୍ରଥମେ ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିବା ପରେ ସେବାୟତଙ୍କ ପରିବାର ଦର୍ଶନ ପାଇଁ ସୁଯୋଗ ପାଇ ସାରି ଥିବା ବେଳେ ଆସନ୍ତାକାଲି ଠାରୁ ଶ୍ରୀକ୍ଷେତ୍ର ବାସିନ୍ଦା କରିବେ ଜଗା ଦର୍ଶନ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ପ୍ରଣୟନ କରାଯାଇଛି।

ପୁରୀ ଲୋକଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ ନିମନ୍ତେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫୫ ସେକ୍ସନ ପୁଲିସ  ଫୋର୍ସ, ୨ ଅତିରିକ୍ତ ଏସପି, ୬ ଡିସିପି, ୯ ଇନ୍ସପେକ୍ଟର, ୩୫ ଏସାଇ, ୪୦ ହୋମଗାର୍ଡ ନିୟୋଜନ କରାଯାଇଛି। ଏହି ବ୍ୟବସ୍ଥା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଏସପି କନ୍ଵାୱର୍ ବିଶାଳ ସିଂହ ସୂଚନା ଦେଇଛନ୍ତି।

Comments are closed.