ଜଳିଗଲା କୋଇଲା ବୋଝେଇ ଟ୍ରକ

ରାୟଗଡା : ରାୟଗଡା ଜିଲା ପ୍ରତାପୁର ନିକଟରେ ଏକ କୋଇଲା ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ ଘଟିଥିବା ବୁଧବାର ଜଣାପଡ଼ିଛି। ଟ୍ରକଟିର ଅଧିକାଂଶ ଅଂଶ ଜଳିଯାଇଛି। ହଠାତ କୋଇଲା ବୋଝେଇ ଟ୍ରକରେ ନିଆଁ ଲାଗି ଯିବା ଦେଖି ଚାଳକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ରାୟଗଡା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

 

Comments are closed.