ରାଜ୍ୟରେ ସକ୍ରିୟ ଆକ୍ରାନ୍ତ ୨,୫୯୨ ; ନୂଆ ପଜିଟିଭ ୩୧୫

ଭୁବନେଶ୍ୱର : ରାଜ୍ୟରେ ହ୍ରାସ ପାଇଛି ଦୈନିକ ସଂକ୍ରମଣ। ରାଜ୍ୟରେ ଆଉ ୩୧୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୮୧, ସ୍ଥାନୀୟ ସଂକ୍ରମଣ ୧୩୪। ମୋଟ ପଜିଟିଭ ସଂଖ୍ୟା ୩,୨୯, ୬୨୧କୁ ବୃଦ୍ଧି ପାଇଛି। ୩,୨୫,୧୦୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୫୯୨ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୭ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୪୧ ଓ ବଲାଙ୍ଗୀର ରୁ ୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୨୦, ବାଲେଶ୍ୱର ୧୫, ବରଗଡ ୧୪, ଭଦ୍ରକ ୧, ଦେଓଗଡ ୨, ଢେଙ୍କାନାଳ ୧, ଗଞ୍ଜାମ ୩, ଜଗତସିଂହପୁର ୫, ଯାଜପୁର ୧୫, ଝାରସୁଗୁଡା ୭, କଳାହାଣ୍ଡି ୨, କେନ୍ଦ୍ରାପଡ଼ା ୧୦, କେନ୍ଦୁଝର ୭, ଖୋର୍ଦ୍ଧା ୨୪, କୋରାପୁଟ ୩, ମାଲାକାନଗିରି ୨, ମୟୁରଭଞ୍ଜ ୧୭, ନବରଙ୍ଗପୁର ୩, ନୟାଗଡ ୪, ନୂଆପଡା ୨୬, ପୁରୀ ୧, ରାୟଗଡା ୧, ସମ୍ବଲପୁର ୨୬, ସୋନପୁର ୨, ସୁନ୍ଦରଗଡ ୧୭, ଷ୍ଟେଟ ପୁଲରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.