ଓଡ଼ିଶାରେ ସବୁଜିମା ବୃଦ୍ଧି ପାଇଁ ଯୋଜନା, ମନରେଗା ମାଧ୍ୟମରେ ବ୍ୟୟ ହେବ ୬୦୨କୋଟି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ମନରେଗା ଯୋଜନା ମାଧ୍ୟମରେ ୬୦୨ କୋଟି ଟଙ୍କା ବ୍ୟୟ କରି ଓଡ଼ିଶାରେ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ସବୁଜିମା ବୃଦ୍ଧି କରିବା ପାଇଁ ଯୋଜନା କରାଯାଇଛି । ଚାରାରୋପଣ, ମୃତ୍ତିକା ସଂରକ୍ଷଣ, ଜଙ୍ଗଲ ଚାରିପଟେ ଟ୍ରେଞ୍ଚ ଖନନ, ଜଙ୍ଗଲ ରାସ୍ତା ନିର୍ମାଣ ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଏହି ପାଣ୍ଠି ବିନିଯୋଗ କରାଯିବ ବୋଲି ସେ କହିଛନ୍ତି । ସଂଜୟ କୁମାର ସିଂ, ପରିଚାଳନା ଅଧ୍ୟକ୍ଷ, ଶିଳ୍ପ ବିକାଶ ନିଗମ (ଇଡ୍କୋ)ଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ଜମି ଆବଣ୍ଟନ କମିଟି ବୈଠକରେ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ଜମି ଆବଣ୍ଟନ ନେଇ ଆଲୋଚନା ହେବା ସହ ଏହା ଅନୁମୋଦନ କରାଯାଇଛି।